Below header

ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ, K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ):  ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ । K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହୋଇଛି ସଫଳ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ ଉପକୂଳରେ ବୁଡାଜାହାଜରୁ ଆଣବିକ କ୍ଷମତାସମ୍ପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ K-4 ପରୀକ୍ଷଣ କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୩ ହଜାର ୫ଶହ କିଲୋମିଟର । DRDO ପକ୍ଷରୁ ବିକଶିତ K-4 ବାଲିଷ୍ଟିକ୍‌ ମିସାଇଲ୍‌ କରାଯାଇଛି । ଆଣବିକ କ୍ଷମତାସମ୍ପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ K-4 କୁ ଆନ୍ଧ୍ରପ୍ରଦେଶ ତଟରେ ବୁଡାଯାହାଜରୁ ଉକ୍ଷେପଣ କରାଯାଇଥିଲା । ଖୁବଶୀଘ୍ର ଏହି କ୍ଷପଣାସ୍ତ୍ର INS – ଅରିହନ୍ତ ଶ୍ରେଣୀର ବୁଡାଯାହାଜରେ ସାମିଲ କରାଯିବ । ଆଜିର ସଫଳ ପରୀକ୍ଷଣ ପରେ ପଡୋଶୀ ପାକିସ୍ତାନ ଓ ଚୀନ ଭାରତ ଉପରେ ଆଖି ପକାଇବା ପୂର୍ବରୁ ବହୁଥର ଭାବିବାକୁ ହେବ । K-4 ବାଲିଷ୍ଟିକ୍‌ ମିସାଇଲ୍‌ କିଛି ସମୟରେ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.