ପ୍ରଥମ ଥର ପାଇଁ ଆକାଶରେ ଉଡିବେ ୪୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମିଳିବ ଉଡିବା ସୁଯୋଗ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମ ଥର ପାଇଁ ଆକାଶରେ ଉଡିବେ ୪୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଆସନ୍ତା ୨୨ ତାରିଖରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏମାନଙ୍କୁ ଉଡିବାର ସୁଯୋଗ ମିଳିବ । ଭୁବନେଶ୍ୱର ଅଞ୍ଚଳର ଗରିବ ଦିବ୍ୟାଙ୍ଗ ପିଲାମାନଙ୍କୁ ଏହି ସୁଯୋଗ ଦିଆଯାଉଛି । ସ୍ୱାଭିମାନ ସଂଗଠନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୦୦୧ରୁ ଏହି ରାଜ୍ୟସ୍ତରୀୟ ସଂଗଠନ ଦିବ୍ୟାଙ୍ଗ ପିଲାମାନଙ୍କ ପାଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି ।

୪୪ ଦିବ୍ୟାଙ୍ଗ ପିଲାଙ୍କୁ ବିମାନରେ ବସିବାର ସୁଯୋଗ ଦେବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରକ୍ଷା କରି ମନ୍ତ୍ରାଳୟ ସମସ୍ତ ପିଲାଙ୍କ ବିମାନ ଦେୟ ଛାଡ଼ କରିଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ଵିଟ୍‌ କରି ଏୟାର ଇଣ୍ଡିଆର ସିଏମ୍‌ଡି ଓ ଏଲାଏନ୍ସ ଏୟାର ସିଇଓଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଉଷା ପାଢୀ ।

Leave A Reply

Your email address will not be published.