ଝାରସୁଗୁଡ଼ାରେ ଠିକାଦାରକୁ ପଥରରେ ଛେଚି ହତ୍ୟା, ପାଉଣାକୁ ନେଇ ବଚସା ହେବା ପରେ ହତ୍ୟା ସନ୍ଦେହ
ଠିକାଦାରକୁ ପଥରରେ ଛେଚି ହତ୍ୟା। ଝାରସୁଗୁଡ଼ା ସହରର ଏକତାଲିର ଏକ ଭଡ଼ା ଘରୁ ଠିକାଦାରଙ୍କ ମୃତଦେହ ଉଦ୍ଧାର। ୩୨ବର୍ଷିୟ ଠିକାଦାର ଫାସିଦୁଲ ରେହମାନଙ୍କୁ ପଥରରେ ଛେଚି ହତ୍ୟା କରଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଦୀର୍ଘ ଦିନ ଧରି ଫାସିଦୁଲ ସେଠାରେ ରହି ଆସୁଥିଲା। ତାଙ୍କ ସହ ମିସ୍ତ୍ରୀ ଓ ଶ୍ରମିକ ମିଶି ମଧ୍ୟ ୭ଜଣ ରହୁଥିଲେ। ଦୁଇଦିନ ତଳେ ଏଠାରୁ ପାଞ୍ଚଜଣ ଛାଡ଼ି ଅନ୍ୟକ୍ର ଚାଲିଯାଇଥିଲେ। ପାଉଣାକୁ ନେଇ ଫସିଦୁଲଙ୍କ ସହ ବଚସା ହେବା ପରେ ହତ୍ୟା ହୋଇଥିବା ଅନୁମାନ କରିଛି ପୋଲିସ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ବିଟିଏମ ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରଛି। ସାଇଣ୍ଟିଫିକ ଟିମ୍ ସହାୟତାରେ ଚାଲିଛି ତଦନ୍ତ।