ହାତରେ ତ୍ରିରଙ୍ଗା ଧରି ଖୁବ୍ ନାଚିଲେ ଲଦାଖର ସାଂସଦ ଜାମାୟାଂଗ, ଭାଇରାଲ ହେଲା ଭିଡିଓ

କଶ୍ମୀରରେ ଧାରା ୩୭୦ ଉଛେଦ ପରେ ଲୋକସଭାରେ ଲଦାଖର ବିଜେପି ସାଂସଦ ଜାମୟାଂଗ ସୋରିଂ ଦେଇଥିବା ଭାଷଣ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା। ପୁଣି ଥରେ ସେ ତାଙ୍କର ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସଂସଦ ଅଧିବେଶନ ଶେଷ ହେବା ପରେ ସୋରିଂ ଯେତେବେଳେ ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିଥିଲେ ସେଠାର ତାଙ୍କୁ ଖୁବ୍ ଭଲଭାବେ ସ୍ବାଗତ କରାଯାଇଥିଲା। ଏହାପରେ ସୋରିଂ ଯେତେବେଳେ ଗତ ରବିବାର ଦିନ ନିଜ ସମର୍ଥକଙ୍କ ସହ ସାକ୍ଷାତ କରିଥିଲେ ସେତେବେଳେ ତାଙ୍କ ହାତରେ ତ୍ରିରଙ୍ଗା ରହିଥିଲା। ତ୍ରିରଙ୍ଗାକୁ ନେଇ ଖୁବ୍ ଡ୍ୟାନ୍ସ କରିବା ସହ ସେଲ୍ଫି ମଧ୍ୟ ଉଠାଇଥିଲେ।

ଜାମାୟାଂଗ ସୋରିଂ ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଏଥିସହ ସେ ଲେଖିଥିଲେ ଲୋକମାନେ ଖୁସି ମନାଉଥିବା ବେଳେ ମଧ୍ୟ ନିଜର କର୍ତ୍ତବ୍ୟ ଭୁଲି ନାହାନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେଉଁମାନେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ହେବା ପାଇଁ ବିରୋଧ କରୁଛନ୍ତି ସେମାନେ କେବେ ମଧ୍ୟ ଏହାର ଉନ୍ନତି ଚାହିଁନାହାନ୍ତି।

ଏହାସହ ପଢନ୍ତୁ: ଏବେ ସିଙ୍ଗଲ ପୁରୁଷ ସୈନିକଙ୍କୁ ମିଳିବ ପିଲାଙ୍କ ଦେଖାଶୁଣା ଛୁଟି, ପ୍ରତିରକ୍ଷାମନ୍ତ୍ରୀ ଦେଲେ ମଞ୍ଜୁରୀ

ଜାମ୍ମୁ କଶ୍ମରୀରେ ଲାଗିଥିବା ଧାରା ୩୭୦ ଯୋଗୁ କୌଣସି କ୍ଷେତ୍ରରେ ଉନ୍ନତି ହୋଇପାରୁନଥିଲା। ଏହିକାରଣରୁ କେନ୍ଦ୍ର ସରକାର ଦେଉଥିବା ଟଙ୍କା କେବଳ ସୀମା ପର୍ଯ୍ୟନ୍ତ ସୀମିତ ହୋଇ ରହୁଥିଲା। ଯାହାଦ୍ବାରା ଲଦାଖ ମଧ୍ୟ ପଛରେ ରହିଯାଉଥିଲା। ସୋରିଂଙ୍କ ଏହି ଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଖୁବ୍ ତାରିଫ୍ କରିଛନ୍ତି। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କି ଲାଭ ହେବ ସେହି ବିଷୟରେ ସାଂସଦ ଜାମାୟାଂଗ ସୋରିଂ ଘର ଘର ବୁଲି ଲୋକମାନଙ୍କୁ ବୁଝାଇଛନ୍ତି।

Leave A Reply

Your email address will not be published.