ମାମୁନିକୁ କ୍ୟାନସର, ୮ ବର୍ଷ ବୟସରେ ଭୋଗୁଛି ଯମ ଯନ୍ତ୍ରଣା

ମୋ ଧନକୁ କିଏ ବଂଚାଇବ…କଇଁ କଇଁ ହୋଇ କାନ୍ଦି କହୁଛି ମା । ଅର୍ଥ ଅଭାବରୁ ଝିଅର ଚିକିତ୍ସା ହୋଇପାରୁନି । କଷ୍ଟ ଓ ଯନ୍ତ୍ରଣାରେ ପଡି ଛଟପଟ ହେଉଛି ମାମୁନି । ମାମୁନିକୁ ମାତ୍ର ୮ବର୍ଷ ବୟସ । କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ମାମୁନି । ଝିଅର ଏଭଳି ଅବସ୍ଥାକୁ ଦେଖି ବାପା ମାଙ୍କ ଆଖିରୁ ଲୁହ ଶୁଖିଗଲାଣି ।

ଯାଜପୁର ଜିଲ୍ଲା ର୍ଧମଶାଳା ବ୍ଲକ ଅଭୟପୁର ପଂଚାୟତ ନିଳାଦେଇପୁର ଗାଁର ଅଭିନ ବେହେରାଙ୍କ ପରିବାର ରୁହନ୍ତି। ଅଭିନ ଏବଂ ଶୈଳ ବେହେରାଙ୍କର ଏକମାତ୍ର ଝିଅ ମାମୁନି, ଯାହାର ବୟସ ମାତ୍ର ୮ ବର୍ଷ। ଏତେ କମ୍‌ ବୟସରୁ ମାମୁନି ମାରାତ୍ମକ ରୋଗ କ୍ୟାନସରରେ ପୀଡିତ। ଝିଅର ଏଭଳି ରୋଗକୁ ଭଲ କରିବା ପାଇଁ ବାପାମାଙ୍କ ପାଖରେ ଅର୍ଥର ଘୋର ଅଭାବ। ବାପା ଅଭିନ ଜଣେ ଦିନ ମଜୁରିଆ। ଝିଅ ମାମୁନି ଅନ୍ୟ ପିଲାଙ୍କ ଭଳି ଭଲ ପାଠ ପଢିବା ସହିତ ଖେଳକୁଦ ମଧ୍ୟ କରୁଥିଲା। ମାମୁନୀ ଛୋଟ ବେଳରୁ ବହୁତ ଚାଲାକ ବୋଲି ତାଙ୍କ ମା ଶୈଳ କହନ୍ତି। ସକାଳୁ ଉଠି ନିଜ କାମ କରିବା ସହ ଗାଁ ସ୍କୁଲକୁ ବହି ବସ୍ତାନୀ ଧରି ବାହାରି ଯାଇଥାଏ ।

ମାମୁନି ଦ୍ୱିତୀୟ ଶ୍ରଣେୀରୁ ତୃତୀୟ ଶ୍ରେଣୀକୁ ଯାଇଥିଲା । କିନ୍ତୁ ହଠାତ୍‌ ମାମୁନିର ହାତ ଫୁଲିଥିବା ପ୍ରଥମେ ଦେଖିବାକୁ ପାଇଥିଲେ ଘର ଲୋକେ ।  ଧିରେ ଧିରେ ମାମୁନିର ହାତ ଦରଜ ଓ ବିନ୍ଧା ଛିଟକା ହୋଇଥିଲା । ଏହା ଦେଖି ଘର ଲୋକେ ତାକୁ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରଙ୍କ ଚିକିତ୍ସା କରି ମାମୁନିକୁ ଔଷଧ ପତ୍ର ଦେଇଥିଲେ । ଏଥିରେ ଭଲ ନ ହେବାରୁ ପରେ ତାକୁ କଟକ ନେଇଯାଇଥିଲେ । ସେଠାରେ ମାମୁନିର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା ।

ଏବେ ମାମୁନିର ମୁଣ୍ଡରେ ମାଂସ ବଢୁଛି । ମାମୁନି ଖୁବଶୀଘ୍ର ଭଲ ହୋଇଯିବ ବୋଲି ଡାକ୍ତର ଆଶ୍ୱସନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମାମୁନିକୁ ୬ଟା କେମୋ କମେୋ ଦିଆସରିଲାଣି । ଛୋଟ ପିଲା ଥିବାରୁ କେମୋ ନେବାରେ ସାର୍ମଥ୍ୟ ଆଉ ତାର ନାହିଁ । କିନ୍ତୁ ଏବେ ଡାକ୍ତର ଭଗବାନଙ୍କ ଉପରେ ଭରସା ରଖ କହି ମାମୁନିକୁ ଫରୋଇ ଦେଇଛନ୍ତି । ଯାହା ସମ୍ବଳ ଥିଲା ଅଭିନ ତାକୁ ଖର୍ଚ୍ଚ କରିସାରିଲେଣି। ଏପଟେ ମାମୁନିର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅବନ୍ନତି ହେବାରେ ଲାଗିଛି । କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛି ମାମୁନି । କିନ୍ତୁ ଏବେ କଷ୍ଟ ଓ ଯନ୍ତ୍ରଣାରେ ପଡି ଛଟ ପଟ ହେଉଛି ମାମୁନି।

ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ବିଜୁ କୃଷକ କଲ୍ୟାଣ ସ୍ୱାସ୍ଥ୍ୟ ବୀମା କାର୍ଡ ପାଇଛନ୍ତି ଅଭିନ । କିନ୍ତୁ ଚିକିତ୍ସା ସମୟରେ ଏହି କାର୍ଡକୁ ଦେଖାଇଥିଲେ ବି ଏହାର ସୁବିଧା ପାଇପାରିନଥିବା ଅଭିଯୋଗ କରିଛନ୍ତି ବାପା ଅଭିନ । ଆମ ଯାଜପୁରରୁ ଅବିନେଶ୍ୱର ଶତପଥୀ ତହସିଲଦାରଙ୍କ ସହିତ ଯୋଗାଯୋଗ କରିବାରୁ ସେରଡେକ୍ରସ ପାଣ୍ଠିରୁ ସହାୟତା ଯୋଗାଇଦେବା ସହ ମାମୁନିର ଅଧିକ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସହାୟତା ପଠାଇବାର ଠିକଣା ହେଲା…

ନାମ-ମାମୁନି ବେହେରା
ପିତା-ଅଭିନ ବେହେରା
ଗ୍ରାମ-ନୀଳାଦେଇପୁର
ପଞ୍ଚାୟତ-ଅଭୟପୁର
ପୋ/ଥାନା-ଧର୍ମଶାଳା
ଜିଲ୍ଲା-ଯାଜପୁର
ପିନ-୭୫୫୦୦୮
ମୋ-୭୩୭୭୩୧୫୦୭୩