କୋଷ୍ଟାଲ ଜାଗୁଆର ଜାହାଜରେ ଭୀଷଣ ନିଆଁ: ୨୮ ଉଦ୍ଧାର, ଜଣେ ନିଖୋଜ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସମୁଦ୍ରରେ ଏକ ଜାଗୁଆର ଜାହାଜରେ ନିଆଁ ଲାଗିଯାଇଛି। ଜାହାଜରେ ହଠାତ୍‌ ନିଆଁ ଲାଗିବା ଯୋଗୁଁ ଏଥିରେ ଥିବା ୨୯ ଜଣ ସଦସ୍ୟ ପାଣିକୁ ଡେଇଁ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ବଂଚାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଜାହାଜରେ ହଠାତ୍‌ ବିସ୍ଫୋରଣ ହେବା ସମସ୍ତେ ଭୟଭୀତ ହୋଇ ଜାହାଜରୁ ଡେଇଁ ପଡିଥିଲେ। ସକାଳ ୧୧.୩୦ ମିନିଟରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରଥମେ ସର୍ଟ ସର୍କିଟ ହୋଇଥିଲା ବୋଲି ଲୋକେ ଭାବିଥିଲେ। ପରେ କୋଷ୍ଟ ଗାର୍ଡ ତରଫରୁ ନିଆଁ କୁ ଆୟତ୍ତ କରାଯାଇଛି ।

Leave A Reply

Your email address will not be published.