Below header

ଏଠାରେ ମାଙ୍କଡ ଲୁଟିଥାଏ ଚଷମା ,ବଦଳରେ ନେଇଥାଏ ଲାଞ୍ଚ

ଯଦି ଆପଣ ମଧ୍ୟ ସିମଲା ବୁଲିବାକୁ ଆସୁଛନ୍ତି ତାହେଲେ ଏହି ସ୍ଥାନକୁ ଆସିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । କାରଣ ସହରର ପ୍ରସିଦ୍ଧ ଜାଖୁ ମନ୍ଦିରରେ ଚାଲିଛି ମାଙ୍କଡ଼ ମାନଙ୍କର ରାଜ । ଏଠାରେ ମାଙ୍କଡ଼ମାନେ ଚଷମା ଲୁଟିନେବା ସହିତ ବଦଳରେ ନେଇଥାନ୍ତି ଲାଞ୍ଚ ।

 

ଏଠାରେ ମାଙ୍କଡ଼ମାନଙ୍କର ଗୋଷ୍ଠୀ ଲୋକମାନଙ୍କୁ ଖୁବ କସରତ କରାଇଥାନ୍ତି । ଏଠାରେ ମାଙ୍କଡ଼ ମାନଙ୍କର ଆତଙ୍କ ଏତେ ମାତ୍ରାରେ ଥାଏ ଯେ ଯଦି କୌଣସି ବ୍ୟକ୍ତିଙ୍କ ହାତରେ କିଛି ଖାଇବା ଜିନିଷ ଦେଖାଯାଏ ତାହେଲେ ମାଙ୍କଡମାନେ ତା ପଛରେ ଗୋଡାଇଥାନ୍ତି ।

ନିକଟରେ ଏପରି କିଛି ଘଟଣା ସାମନାକୁ ଆସିଛି । ଭଗବାନଙ୍କ ଦର୍ଶନ ପରେ ଯେତେବେଳେ ଭକ୍ତମାନେ ମନ୍ଦିର ପରିସର ବୁଲିବାକୁ ଯାଇଥିଲେ ସେତେବେଳେ ମାଙ୍କଡ଼ମାନେ ତାଙ୍କ ଚଷମା ଛଡାଇ ନେଇଥିଲେ ଆଉ ତାପରେ ଗଛ ଉପରେ ଥିବା ମୂର୍ତ୍ତି ଉପରେ ବସିଯାଇଥିଲେ ।

ଏଠାକାର ମାଙ୍କଡମାନେ ଏତେ ଚାଲାକ ଯେ ଯେବେ ପର୍ଯ୍ୟନ୍ତ ଦୁଇ ହାତରେ ଖାଇବା ପାଇଁ କିଛି ନମିଳିଛି ସେପର୍ଯ୍ୟନ୍ତ ଛଡାଇ ଥିବା ବସ୍ତୁ ଫେରାନ୍ତି ନାହିଁ । ମାଙ୍କଡମାନଙ୍କୁ ପ୍ରସାଦ ଓ କଦଳୀ ଦେବା ପରେ ସେମାନେ ଛଡାଇ ନେଇଥିବା ଜିନିଷ ଫେରାଇଥିଲେ ଏବଂ କିଛି ଲୋକଙ୍କୁ କାମୁଡ଼ିବାକୁ ମଧ୍ୟ ଗୋଡ଼ାଇଥିଲେ । ଶେଷରେ ସ୍ଥାନୀୟ ଲୋକମାନେ ବାଡ଼ି ଧରି ସେମାଙ୍କୁ ଘଉଡାଇବା ଦ୍ୱାରା ଲୋକମାନେ ସୁରକ୍ଷିତ ଭାବେ ଯିବାଆସିବା କରିପାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.