ପରୀକ୍ଷା ନଦେବା ପାଇଁ ଶୋଇ ରହିଲା ନାତି, ଉଠାଇବା ପାଇଁ ପୋଲିସକୁ ଡାକିଲେ ଜେଜେମା

ସାଧାରଣତଃ କୌଣସି ଦୁର୍ଘଟଣା କିମ୍ବା ଘଟଣା ବେଳେ ଲୋକ ପୋଲିସକୁ ଖବର ଦେଇଥାନ୍ତି କିନ୍ତୁ ଥାଇଲାଣ୍ଡର ଘଟିଥିବା ଏହି ଘଟଣା ସାମାନ୍ୟ ଅଲଗା। ପରୀକ୍ଷା ଦେବା ପାଇଁ ନାତି ଶୋଇବା ପରେ ନ ଉଠିବା କାରଣରୁ ଜେଜେମା ପୋଲିସକୁ ଡାକିଲେ।

ଏହି ଘଟଣା ବ୍ୟାଂକକର । ଏକ ଘରେ ଜେଜେମା ଏବଂ ନାତି ରୁହନ୍ତି। ନାତିର ପରୀକ୍ଷା ଚାଲୁଥିଲା କିନ୍ତୁ ନାତି ରାତିରେ ଶୋଇବା ପରେ ସକାଳୁ ଉଠିଲା ନାହିଁ। ଜେଜେମା ନାତିକୁ ପରୀକ୍ଷା ଦେବାକୁ ଯିବାପାଇଁ ଡାକିଲେ କିନ୍ତୁ ସେ ଉଠିଲେ ନାହିଁ। ଏଥିପାଇଁ ଚିନ୍ତିତ ହୋଇ ଜେଜେମା ପୋଲିସକୁ ଡକାଇଦେଲେ।

ଘଟଣାସ୍ଥଳରେ ପୋଲିସ ପହଁଚି ବାଳକକୁ ଉଠାଇଲେ ଏବଂ ପାଠପଢ଼ା ବିଷୟରେ ବୁଝାଇଲେ। ପୋଲିସ କହଲେ ଏହି ବୟସରେ ପାଠ ବହୁତ ଜରୁରୀ ଅଟେ। ଏହାପରେ ପୋଲିସ ବାବୁ ବହୁତ ବୁଝାଇବା ପରେ ବାଳକ ସ୍କୁଲ ଯିବା ପାଇଁ ରାଜି ହୋଇଗଲା।

ଏହାସହ ପଢନ୍ତୁ : ସାବାସ୍ : ହନୁମାନଙ୍କ ପରି ଦୁଇ କାନ୍ଧରେ ପିଲାଙ୍କୁ ବସାଇ ବନ୍ୟା ପାଣିରୁ ରକ୍ଷା କଲେ ଏହି ପୋଲିସ ବାବୁ

ଥାଇଲାଣ୍ଡ ପୋଲିସ ଏହି ମାମଲା କରିଛି ସେୟାର

ଜେଜେମା ନାତିକୁ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ କଲେ। ଏହାସହିତ ନୂଆ କଲମ ମଧ୍ୟ ଦେଲେ। ପୋଲିସ କର୍ମଚାରୀ ବାଳକକୁ ନିଜ ସ୍କୁଟର ଉପରେ ବସାଇ ସ୍କୁଲରେ ଛାଡିଲେ। ଏହି ଘଟଣାକୁ ଥାଇଲାଣ୍ଡ ପୋଲିସ ଫେସବୁକ୍‌ ପେଜରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.