Below header

ବଗଲା ଧର୍ମଶାଳା ଜମିକୁ ୬ ଜଣ ବିସ୍ଥାପିତଙ୍କୁ ବିକିବା ନେଇ ତେଜିଲା ବିବାଦ

ପୁରୀ(କେନ୍ୟୁଜ୍): ବିକ୍ରି ହୋଇଗଲା ବଗଲା ଧର୍ମଶାଳା। ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ଅଞ୍ଚଳରେ ଥିବା ବଗଲା ଧର୍ମଶାଳା ଜମିକୁ ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରି କରିଛି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଧର୍ମଶାଳା ଜମି ଭକ୍ତଙ୍କ ବ୍ୟବହାରରେ ଲଗାଇବା ପରିବର୍ତ୍ତେ ବିସ୍ଥାପିତ ଲଜ ମାଲିକଙ୍କୁ ବିକ୍ରି ହୋଇଥିବାରୁ ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଛି । ଏପରିକି ଜମି ବିକ୍ରି ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଗତବର୍ଷ ଡିସେମ୍ବରରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନକୁ ନୋଟିସ କରାଯାଇଛି ।

ତେବେ ପ୍ରଶାସନ ୬ଟି ପ୍ଲଟକୁ ଲଜ୍‌ ମାଲିକଙ୍କୁ ବିକ୍ରି ଦଲିଲ କରି ଏହାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ହୋଇଛି । ପୁରୀରେ ଭକ୍ତଙ୍କ ରହଣୀ ପାଇଁ ୧୯୦୫ ମସିହାରେ କହ୍ନେୟା ଲାଲ ନାମକ ଜଣେ ବଦାନ୍ୟ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଦାନ କରିଥିଲେ । ଏହି ଧର୍ମଶାଳାକୁ ଗତ ୨୦୧୮ ମସିହାରେ ଭଙ୍ଗାଯାଇ ପ୍ରସାଦ ଯୋଜନାରେ ଏହାର ପୁନଃନିର୍ମାଣ ପାଇଁ ୧୮ କୋଟି ଟଙ୍କା ଆସିଥିଲା । ଶ୍ରୀମନ୍ଦିର ଚାରିପାଖରେ ଜମି ହରାଇଥିବା ମାଲିକଙ୍କ ପାଇଁ ମଙ୍ଗଳାଘାଟରେ ଜମି ବ୍ୟବସ୍ଥା କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବାରୁ ଏହି ବିକ୍ରି ବେଆଇନ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.