Below header

ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସହଜ ହେବ ‘ଲିଜ୍‌ ହୋଲ୍ଡ’ରୁ ପ୍ରି ହୋଲ୍ଡ ପରିବର୍ତ୍ତନ। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ। ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।। ଲିଜ୍‌ ହୋଲ୍ଡ ଜମିର ଫ୍ରି-ହୋଲ୍‌ଡ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ୁଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜ୍ୟ ହାଉସିଂ ବୋର୍ଡକୁ ବିକେନ୍ଦ୍ରୀକରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ଏହା ହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜ୍‌ଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲ୍‌ଡକୁ ପରିବର୍ତ୍ତନ ସେବା ପାଇ ପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସଚନ ସଚିବ ସାଧାରଣ ପ୍ରଶାସନ , ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରିବାକୁ କୁହାଯାଇଥିଲା।

ବୈଠକରେ୍‌ ଚନ୍ଦ୍ରମା ହାଉସିଂ କମ୍ପେକ୍ସରେ ଘର ପାଇଥିବା ଲୋକଙ୍କ ସହ ଚୁକ୍ତିପତ୍ର ବିଷୟ ସମ୍ବନ୍ଧିତ ସମସ୍ୟାର ସବିଶେଷ ଆଲୋଚନା ହୋଇଥିଲା। ସମସ୍ୟାର ବିଭିନ୍ନ ଦିଗକୁ ବିଚାର କରି ମୁଖ୍ୟ ଶାସନ ସଚିବ ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରିଥିଲେ। ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଯାଏ ସାଧାରଣ ପ୍ରଶାସନ ଓ ସାଧାରଣ ସହଯୋଗ ବିଭାଗ ତରଫରୁ ବିଡିଏକୁ ୩୭ଟି ହାଉସିଂ ଟିମ୍‌ ଓ ଓଡିଶା ରାଜ୍ୟ ହାଉସିଂ ବୋର୍ଡକୁ ୪୪ଟି ହାଉସିଂ ସ୍କିମ୍‌ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ ଏକର ଜମି ଲିଜ୍‌ ଦିଆଯାଇଛି।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ମଧ୍ୟ ସିଡିଏଙ୍କୁ ହାଉସିଂ ସ୍କିମ୍‌ ନିମନ୍ତେ ସରକାରୀ ଜମି ଲିଜ୍‌ ଦିଆଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି କ୍ଷମତା ବିକେନ୍ଦ୍ରୀକରଣ ହେଲେ ବର୍ତ୍ତମାନ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.