Below header

କଟକ: କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୩ ଗିରଫ

କଟକ(କେନ୍ୟୁଜ୍):  କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ । କଟକ ତିନି ଘରିଆ ଅଞ୍ଚଳରେ ସ୍ପେଶାଲ ସ୍କ୍ଵାଡ ପକ୍ଷରୁୁ ଚଢ଼ାଉ କରାଯାଇଥିଲା । ଏକ କେଜି ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାର ଏସ.କେ ଗୁଲ ସାରୁଦ୍ଦିନ, ସୌଭାଗ୍ୟ ରଞ୍ଜନ ସିଂ ଓ ଲିପୁ ବେହେରା । ସେମାନଙ୍କ ନିକଟରୁ ଗୋଟିଏ ବାଇକ, ୪ଟି ଫୋନ ସହ ୧୭ ହଜାର ୩୦୦ ଟଙ୍କା ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ଜଳେଶ୍ଵରରୁ ବ୍ରାଉନ ସୁଗର ଆଣି ବିଭିନ୍ନ ଜିଲ୍ଲାକୁ ଚାଲାଣ କରୁଥିଲେ । ଏନେଇ ମଧୁପଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ ଜଗତସିଂହପୁର ଓ ପୁରୀରେ ଅଧିକ ସକ୍ରିୟ ଅଛନ୍ତି ବ୍ରାଉନ ସୁଗର ବ୍ୟବସାୟୀ । ଚଳିତବର୍ଷ ୩ କେଜିରୁ ଅଧିକ ବ୍ରାଉନ ସୁଗର ଓ ୩୦ଟି ବନ୍ଧୁକ ଜବତ କରିଛି କଟକ ସହରାଞ୍ଚଳ ପୋଲିସ । ମୋଟ ୨୪ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.