ଏଠି ମଣିଷର ମୃତ୍ୟୁ ପରେ ମୃତଦେହକୁ ଧରି ନାଚନ୍ତି ପରିବାର ଲୋକେ, ପୋତାଯିବା ପୂର୍ବରୁ ଏମିତି ହୋଇଥାଏ ପରମ୍ପରା

ସାଧାରଣତଃ ଆମେ ଖୁସିର ମାହୋଲରେ ଲୋକେ ଡ୍ୟାନ୍ସ କରୁଥିବାର ଦେଖିଛୁ। ସେ ଜନ୍ମଦିନ ହେଉ କି ବିବାହ, ଯେତେବେଳେ ବି କୌଣସି ଖୁସିର ମଉକା ଆସିଥାଏ, ତ ଆମେ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାଉ। କ’ଣ ଆପଣ କେବେ ଶୁଣିଛନ୍ତି କି, କାହାର ମୃତ୍ୟୁ ପରେ ଲୋକେ ଶବ ସହିତ ଡ୍ୟାନ୍ସ କରନ୍ତି? ହଁ, ଏହା ବିଲକୁଲ ସତ। ଏଠାରେ ଶବଯାତ୍ରା ସହିତ ପରିବାର ଲୋକେ ନାଚି ନାଚି କବରସ୍ଥାନ ପହଞ୍ଚନ୍ତି।

ମେଡାଗାସ୍କରରେ ମାଲାଗାସୀ ଜନଜାତିର ଲୋକେ ଅନ୍ତିମ ସଂସ୍କାର ସମୟରେ ଶବ ସହିତ ଡ୍ୟାନ୍ସ କରିଥାଆନ୍ତି, ଯାହାକି ଫାମାଡିହାନା ବିଧିର ଏକ ଅଂଶ। ଏହି ପବିତ୍ର ଅନୁଷ୍ଠାନରେ ପରିବାରର କେତେଜଣ ମୃତ ସଦସ୍ୟଙ୍କୁ ମଧ୍ୟ ପୈତୃକ କବରରୁ ବାହାର କରାଯାଇଥାଏ।

ଫାମାଡିହାନା ବିଧି ଅନୁସାରେ, ମୃତଦେହକୁ ପୋତାଯିବା ସ୍ଥାନକୁ ଅଣାଯିବା ପରେ ସେଠାରେ ନୂଆ କପଡ଼ା ଆଚ୍ଛାଦିତ କରାଯାଇଥାଏ। ଏହା ଚାରିପାଖରେ ଲାଇଭ ମ୍ୟୁଜିକ ଚଲାଇ ଡ୍ୟାନ୍ସ କରାଯାଏ। ପ୍ରତି ସାତ ବର୍ଷରେ ଥରେ ଏହି ପରମ୍ପରାକୁ ପୁନଃ ପାଳନ କରାଯାଇଥାଏ। ଅନ୍ତିମ ସଂସ୍କାର ଦିନକୁ ଏକ ବଡ଼ ଦିନ ଭାବେ ଗଣାଯାଏ।

You might also like