Below header

୧୨ଜଣ କରୋନାରେ ଆକ୍ରାନ୍ତ ହେବା ପରେ ବଣ୍ଡାଘାଟିରେ କରୋନା ସଚେତନତା, ରିଲିଫ ବଣ୍ଟନ କଲେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ

ମାଲକାନଗିରି: ବଣ୍ଡାଘାଟିରେ କରୋନା ସଚେତନତା। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଦିମ ଜନଜାତି ସଂକ୍ରମିତ ହେବା ପରେ ସଚେତନତା ସହ କିଟ୍‌ ଓ ରିଲିଫ ବଣ୍ଟନ କଲେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା। ବଣ୍ଡା ସମ୍ପ୍ରଦାୟର ୧୨ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଆଉ ଯେପରି ସଂକ୍ରମଣ ନବଢେ ସେଥିପାଇଁ ରାଜ୍ୟ ସରକାର ସଜାଗ। ବଣ୍ଡାଘାଟିରେ ପହଞ୍ଚି କରୋନା ସଂକ୍ରମଣ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବଣ୍ଡା ଘାଟିର ବାଣ୍ଡିପୋଡା, ଦାନ୍ତୀପୋଡା ,ବନ୍ଧଗୁଡା ଆଦି ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଣ୍ଡା ଜନଜାତିଙ୍କୁ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ କୋଭିଡ ନିୟମ ମାନିବାକୁ ଗାଁ ଗାଁ ବୁଲି ସଚେତନ କରିଛନ୍ତି ମନ୍ତ୍ରୀ। ଗାଁ ଗାଁରେ କରୋନା ଟେଷ୍ଟିଂ ସହ ପ୍ରତ୍ୟେକ ବଣ୍ଡାଙ୍କ ଟିକାକରଣ କରାଯାଉଛି। କାହା ଶରୀରରେ କୋରନା ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରିବା ସହ ମେଡିକାଲରେ ଭର୍ତ୍ତି କରିବାକୁ କୁହାଯାଇଛି। ବଣ୍ଡାଘାଟିକୁ ଲାଗିଥିବା ଆନ୍ଧ୍ର ଏବଂ କୋରାପୁଟ ସୀମାକୁ ସିଲ କରିଦିଆଯାଇଛି। ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.