Below header

ରୋମାଞ୍ଚପୂର୍ଣ୍ଣ ମ୍ୟାଚ୍: ବ୍ୟାଟ୍ସମ୍ୟାନଙ୍କର ଛୋଟ ଭୁଲ ଯୋଗୁ ଉଡ଼ିଗଲା ୱିକେଟ୍, ICC ସେୟାର କଲା ଭିଡିଓ

ନେଦରଲ୍ୟାଣ୍ଡ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ଆୟୋଜିତ ପ୍ରଥମ ଦିନିକିଆ ମ୍ୟାଚ୍ ବେଳେ କିଛି ଏମିତି ହେଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମ୍ୟାଚରେ ଆୟର୍ଲ୍ୟାଣ୍ଡର ଜଣେ ବ୍ୟାଟ୍ସମ୍ୟାନ ଅଜବ ଉପାୟରେ ଆଉଟ ହୋଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଜୁନ ୨ରେ ଉତ୍ରେଚଟରେ ଶକିବ ଜୁଲ୍ଫିକାର ୩୩ତମ ଓଭରର ପ୍ରଥମ ବଲକୁ ଅଫ ସାଇଡ଼ରେ ଖେଳିଥିଲେ ଓ ରନ୍ ନେବାକୁ ଚେଷ୍ଟା କରିଥିଲେ। ଶକିବ ଆର ପଟକୁ ଦୌଡ଼ି ଥିଲେ। ତାଙ୍କୁ ଲାଗିଲା ଫିଲ୍ଡର ତାଙ୍କ ଆଡ଼କୁ ବଲ ଫିଙ୍ଗିବେ ନାହିଁ। କିନ୍ତୁ ସେ ଭୁଲ ପ୍ରମାଣିତ ହୋଇଥିଲେ। ଆଣ୍ଡି ମ୍ୟାକବ୍ରାଇନ୍ ସିଧା ଥ୍ରୋ ମାରି ତାଙ୍କୁ ଆଉଟ୍ କରିଦେଇଥିଲେ। ସେତେବେଳେ ସେ କ୍ରିଜ ଠାରୁ ଅଳ୍ପ ଦୂରରେ ଥିଲେ।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକି icc ନିଜ ଟ୍ୱିଟର ପେଜରେ ସେୟାର କରିଛି। ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ୟୁଜରମାନେ ଶକିବଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.