Below header

କୋଭିଡ କଟକଣା ମଧ୍ୟରେ ଚାଲିଛି ବାହାର ଚନ୍ଦନଯାତ୍ରା, ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ବେଶରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ଶ୍ରୀକ୍ଷେତ୍ରେ ଭଉଁରୀ । ପବିତ୍ର ଅକ୍ଷୟ ତୃତୀୟାରୁ ୨୧ଦିନ ବ୍ୟାପୀ ଚାଲିଥିବା ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ । ପାଳିଆ ସେବକଙ୍କ ଗହଣରେ ଘଣ୍ଟ, ଛତା କାହାଳୀ ସହ ଶୋଭାଯାତ୍ରାରେ ଶ୍ରୀଜିଉଙ୍କ ଚଲନ୍ତି ପ୍ରତିମା ନୌକାବିହାର ପାଇଂ ନରେନ୍ଦ୍ର ପୁଷ୍କରଣୀକୁ ବିଜେ କରିବା କାର୍ଯ୍ୟକ୍ରମ ରହିଛି।

ବିଧି ଓ ପରମ୍ପରା ଅନୁଯାୟୀ ଆଜି ତିନୋଟି ରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ, ଅଖ ସଂଯୋଗ କରାଯାଇ ଡେରାଯିବ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚକ, ଅଖ ଡେରା ନୀତି ସମ୍ପନ୍ନ ହେବ । ଭଉଁରୀ ପରଦିନ ହଳଦିପାଣି ଉତ୍ସବ ପାଳନ କରାଯିବ। ଭଉଁରୀ ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ହେବା ସହ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.