Below header

ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଆଣିପାରେ ସମସ୍ୟା, ଦେଖାଦେଇପାରେ ଏସବୁ ରୋଗ

କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଯୋଗାଇବା ସହ ତ୍ୱଚାରେ ବି ଚମକ ଆଣେ। ତେବେ କଦଳୀ ଖାଇବାର କିଛି ସାଇଡ ଇଫେକ୍ଟ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଅଧିକ କଦଳୀ ଖାଇଲେ ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପଡ଼େ…

  • କଦଳୀ ଖାଇଲେ ପେଟ ସଫା ହୁଏ ସତ। କିନ୍ତୁ କଦଳୀ ଯଦି ଟିକେ କଞ୍ଚା ଥିବ ତେବେ କବ୍ଜ ସମସ୍ୟା ହୋଇପାରେ।
  • ଅଧିକ ମାତ୍ରାରେ କଦଳୀ ଖାଇଲେ ମୋଟାପଣର ଶିକାର ହୋଇପାରନ୍ତି।
  • ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ପେଟ କାଟିବା ସହ ଗ୍ୟାସ ସମସ୍ୟା ଦେଖାଦିଏ।
  • କଦଳୀ ଶରୀରର ସୁଗାର ଲେବଲକୁ ବଢାଇଦିଏ। ଏଣୁ ଡାଇବେଟିସ ଥିଲେ କଦଳୀ ଖାଆନ୍ତୁ ନାହିଁ।
  • ଅଧିକ ପରିମାଣରେ କଦଳୀ ଖାଇଲେ ଦାନ୍ତ ପୋକ କାଟିପାରେ। ଏହାଦ୍ୱାରା ଅନ୍ୟ ଆଲର୍ଜି ମଧ୍ୟ ହୋଇପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.