ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ, ଯାଜପୁର ଜିଲ୍ଲାର ୪ ବ୍ଲକ ପ୍ରଭାବିତ

ଯାଜପୁର: ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ । ଜିଲାର ୪ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସମସ୍ତ ଅଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଯାଜପୁର ବ୍ଲକର ବିଚିତ୍ରପୁର ଏବଂ ଅବଦଲପୁର ଅଞ୍ଚଳରେ ବ୍ୟାପକ କ୍ଷତିଗସ୍ତ ହୋଇଥିବା ଜଣାପଡିଛି ।

ଏଥିପାଇଁ ଚାଷୀ ମାନେ କ୍ଷତିପୁରଣ ଦାବି କରିଛନ୍ତି । ସେପଟେ ଜିଲାରେ ବାତ୍ୟା ଯୋଗୁଁ ୩୬୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ବନ୍ୟାରେ କ୍ଷୟକ୍ଷତିର ଆକଳନ କରାଯାଉଛି ବୋଲି ଉଦ୍ୟାନ କୃଷି ଉପନିର୍ଦେଶକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.