ରାଜ୍ଯରେ ଆଜି ୪୨ଜଣଙ୍କ ଜୀବନ ନେଲା କରୋନା, ଗତ ୨୪ ଘଣ୍ଟାରେ ୮ ହଜାର ୮୩୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ। ଲଗାତର ଦ୍ୱିତୀୟ ଦିନରେ ୧୩ ପ୍ରତିଶତ ତଳେ ରହିଛି ପଜିଟିଭିଟି । ଆଜି ପଜିଟିଭିଟି ରେଟ୍‌ ୧୨.୫୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୮୩୯ ପଜିଟିଭ୍‌ ଚିହ୍ନଟ । ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଟପ୍‌ ୫ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ।

ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ ୩୫ ଆକ୍ରାନ୍ତ ହୋଇଛନ୍ତି ।କଟକରୁ ୭୬୯, ମୟୂରଭଞ୍ଜ- ୫୮୩, ଢେଙ୍କାନାଳରୁ ୫୧୦ ଓ ଯାଜପୁରରୁ ୪୯୩ ନୂଆ କେସ୍‌ ଆସିଛି। କେବଳ ଏହି ୫ ଜିଲ୍ଲାରୁ ୩ ହଜାର ୫୯୦ ରହିଛି। ୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୮୫ ହଜାର ୪୨୩ । ରେଡ ଜୋନ୍‌ରେ ରହିଛି ୨୫ ଜିଲ୍ଲା। ଆଉ ୪ ଜିଲ୍ଲା ୟେଲୋ ଜୋନ୍‌ରେ ଥିବାବେଳେ କେବଳ ନୂଆପଡା ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.