Below header

ଆସନ୍ତା ସପ୍ତାହର ଶେଷ ଆଡ଼କୁ ପୁଣି ଆସୁଛି ଲଘୁଚାପ ! ୯ରୁ ୧୨ତାରିଖ ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ସପ୍ତାହର ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ୯ରୁ ୧୨ତାରିଖ ମଧ୍ୟରେ ପ୍ରବଳ ବର୍ଷା ଅନୁମାନ କରାଯାଉଛି। ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କମ୍‌ ବର୍ଷା ହୋଇପାରେ। ଆକ୍ୱାୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକ୍‌ହୋଲ୍‌ସଙ୍କ ସୂଚନା ମୁତାବକ ଆସନ୍ତା ସପ୍ତାହରେ ଶେଷଭାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତରେ ପରିଣତ ହେବ। ଏହାଫଳରେ ଓଡ଼ିଶାରେ ଅଧିକ ବର୍ଷା ହେବ।

ସେପଟେ ଭାରତୀୟ ପାଣିପାଗ ସୂଚନା ମୁତାବକ ଆଜି କେରଳ ଛୁଇଁପାରେ ମୌସୁମୀ। କେରଳରେ ମୌସୁମୀ ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। କେରଳର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢିଛି। ଏପଟେ ରାଜ୍ୟରେ କିଛି ଭାଗରେ ପ୍ରାକ୍‌ ମୌସୁମୀ ବର୍ଷା ସମ୍ଭାବନା। ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟ କିଛି ଜିଲ୍ଲାରେ ବିଜୁଳି ସହ ଘଡଘଡି ହୋଇପାରେ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୫୬.୮ ମିମି ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.