ନୟାଗଡ: ଚାନ୍ଦପୁର ଓ କନ୍ଧନୟାଗଡ଼ରେ ବିଜୁ ଯୁବ ଜନତା ଦଳ ତରଫରୁ କରୋନା ସଚେତନତା

ଟାଙ୍ଗୀ(କେନ୍ୟୁଜ): ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁ ତାହାର କାୟା ବିସ୍ତାର କରି ହଜାର ହଜାର ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି। ଏଥିରୁ ଆମ ଦେଶ ଭାରତ ବାଦ୍ ପଡ଼ି ନଥିବା ବେଳେ ଏହାର ମୁକାବିଲା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଇଛି। ଜରୁରୀ କାମ ବିନା ବାହାରକୁ ନ ବାହାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବା, ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜ କରିବା ସହ ମୁହଁରେ ବାଧ୍ୟତା ମୂଳକ ଭାବେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଜରୁରୀ କାମରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିକଟରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ପରିସ୍ଥିତିରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛି ରଣପୁର ବ୍ଲକ୍ ବିଜୁ ଯୁବ ଜନତା ଦଳ । ସମାଜସେବୀ ଇଂ.ସୁଧାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ୱରେ କନ୍ଧନୟାଗଡ ସ୍ଥିତ ମା ଡୋମଣୀ ମନ୍ଦିର ନିକଟରେ ସାଧାରଣ ଜନତାଙ୍କୁ ମାସ୍କ ଓ ସାବୁନ ବଣ୍ଟନ ସହ ହାତକୁ ସଫା କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ତହସିଲଦାର, ଚାନ୍ଦପୁର କୋଭିଡ ହସ୍ପିଟାଲର ମୁଖ୍ୟ ଡ଼ା.ସୁରିୟା ରାଓ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ, ଯୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, କନ୍ଧ ନୟାଗଡ଼ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି, ଡଃ. ବିଶ୍ଵଜିତ ମହାପାତ୍ର, ଆର. ବି.ଏସ.କେ, ସୁନାଖଳା, କୃଷ୍ଣ ଗୋପାଳ, ସୁଧାଂଶୁ ଦାସ, ଜଳନ୍ଧର,ସୁଧାଂଶୁ ଶେଖର ଆଚାର୍ଯ୍ୟ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.