Below header

ଶତକରେ କରୋନା, ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୦୦ରେ, ଯାଜପୁରରୁ ଚିହ୍ନଟ ହେଲେ ୬

କେନ୍ୟୁଜ(ବ୍ୟୁରୋ): ଓଡ଼ିଶାରେ ଶତକ ଛୁଇଁଲା କରୋନା । କିଛି ସମୟ ପୂର୍ବରୁ ଯାଜପୁର ଦଶରଥପୁର ବ୍ଲକ ଅଂଚଳ ରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତେ ପୁରୁଷ। ସେମାନଙ୍କ ବୟସ ୨୩,୪୯,୫୨,୫୭ ଓ ୫୦ ବର୍ଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ଏବଂ ଜଣେ ୩୯ ବର୍ଷୀୟ ପୁରୁଷ ମଳିକାପୁର ପଂଚାୟତର ମହାନ୍ତିପାଟଣା ଅଞ୍ଚଳର ବୋଲି ସୂଚନା ଦେଲା ଜିଲ୍ଲା ପ୍ରଶାସନ । ୬ଜଣ ଯାକ କଲିକତା ଫେରନ୍ତା ।ନୂଆ ୬ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୮ରେ ପହଞ୍ଚିଲା। ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ଥିଲା ବର୍ତ୍ତମାନ ସମୁଦାୟ ଓଡ଼ିଶାରେ ପଜେଟିଭଙ୍କ ସଂଖ୍ୟା ପହଞ୍ଚିଲା ୧୦୦ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.