Below header

ଆଜିପର୍ଯ୍ୟନ୍ତ ଓଡ଼ିଶାର ଏହି ଗାଁକୁ ଛୁଇଁପାରିନି କରୋନା, ଗାଁକୁ ଫେରିଥିବା ପ୍ରବାସୀମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ

ଅନୁଗୁଳ ଜିଲ୍ଲାର ଅପହଞ୍ଚ ଇଲାକା ସିଟିକୋଇଲି ଗାଁ। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି ଏହି ଗାଁରେ । ସମସ୍ତେ ଜନଜାତିର । ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ଭାବେ କାମ କରନ୍ତି, ଆଉ କିଛି ଚାଷଵାସ କରନ୍ତି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗି ଥିବା ବେଳେ ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ୬ ହଜାର ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ ଜିଲ୍ଲାର ଏହି ଗାଁକୁ ଛୁଇଁ ପାରିନି କରୋନା । ଆଉ ଭବିଷ୍ୟତରେ ବି କରୋନା ଛୁଇଁ ପାରିବ ନାହିଁ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ । ତେବେ ଏହି ବିଶ୍ୱାସ ପଛରେ ରହିଛି ଲୋକଙ୍କ ଆସ୍ଥା ।

ଗାଁ ଠାକୁରାଣୀ ମା କଳାପାଟଙ୍କ ଉପରେ ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ଯାଏ ସମସ୍ତଙ୍କର ରହିଛି ପ୍ରଗାଢ଼ ବିଶ୍ବାସ । ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି ଗାଁ ଲୋକେ । ଆଜି ନୁହେଁ, ଦୀର୍ଘ ୨୦୦ ବର୍ଷ ହେବ ଏଇ ଗ୍ରାମ ଦେବୀ ସେମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବା କହିଛନ୍ତି । ଗାଁକୁ ରାସ୍ତା ନାହିଁ । ତଥାପି ସରକାରଙ୍କ ସବୁ କୋଭିଡ୍‌ ନିୟମକୁ ମାନୁଛନ୍ତି ଗାଁ ଲୋକେ । ସେମାନଙ୍କ ବିଶ୍ୱାସ ଦୃଢ଼ ହେବା ପଛରେ ଆଉ ଏକ କାରଣ ବି ରହିଛି । ଗାଁକୁ ଫେରି ଆସିଥିବା ପ୍ରବାସୀମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଭକ୍ତି ରେ ହିଁ ଭଗବାନ। ଗାଁ ଲୋକଙ୍କର ବିଶ୍ୱାସ ହେଉଛି, ଠାକୁରାଣୀଙ୍କ ଯୋଗୁଁ ଗାଁରେ ପାଦ ଦେଇପାରିନି କରୋନା। ଗାଁ ମଝିରେ ରହି ସେ ଭକ୍ତଙ୍କ ପାଇଁ ସୁରକ୍ଷାର କବଚ ସାଜିଛନ୍ତି। ସେଥିପାଇଁ ମା କଳାପାଟଙ୍କ ପାଖକୁ ପ୍ରତିଦିନ ପୂଜକ ଆସି ଧୂପ ଦୀପ, ନଡ଼ିଆ ଆଦି ଦେଇ ପୂଜା ଅର୍ଚ୍ଚନା କରନ୍ତି। ଗାଁକୁ ସର୍ବଦା କରୋନା ସମେତ ଅନ୍ୟ ରୋଗବ୍ୟାଧି ଓ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇଁ ପ୍ରାର୍ଥନା କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.