ମୁକ୍ତ ହେଲେ ଲିବିୟାରେ ଅପହୃତ ହୋଇଥିବା ୭ ଭାରତୀୟ, ଗତ ମାସରେ ଆତଙ୍କବାଦୀମାନେ କରିଥିଲେ କିଡ୍‌ନାପ୍‌

ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଅପହୃତ ହୋଇଥିବା ୭ ଭାରତୀୟ ମୁକୁଳିଛନ୍ତି। ଟ୍ୟୁନିସିଆରେ ଭାରତୀୟ ଦୂତ ପୁନିତ ରାୟ କୁନ୍ଦଲ ଏନେଇ ସୂଚନା ଦେଇଛନ୍ତି। ଆତଙ୍କବାଦୀମାନେ ଗତ ମାସରେ ୭ ଭାରତୀୟଙ୍କୁ ଅପହରଣ କରି ନେଇଥିଲେ। ସମସ୍ତ ଅପହୃତ ବ୍ୟକ୍ତି ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ବିହାର ବାସିନ୍ଦା ବୋଲି ଜଣାପଡ଼ିଛି।

kidnap2

ଏହି ଭାରତୀୟମାନଙ୍କୁ ଗତ ମାସ ୧୪ ତାରିଖରେ ଲିବିୟାରୁ ଅପହରଣ କରାଯାଇଥିଲା। ସେମାନେ ଭାରତ ଫେରିବା ପାଇଁ ତ୍ରିପୋଲି ବିମାନବନ୍ଦରକୁ ଯାଉଥିବା ବେଳେ ସେମାନଙ୍କୁ କିଡନାପ୍‌ କରାଯାଇଥିଲା। ଗୁରୁବାର ଦିନ ଅପହରଣ ବିଷୟରେ ସୂଚନା ଦେବା ଅବସରରେ ଭାରତ ତରଫରୁ କୁହାଯାଇଥିଲା ଯେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଅପହୃତମାନଙ୍କ ବିଷୟରେ ପତ୍ତା ଲଗାଯିବା ସହ ସେମାନଙ୍କୁ ଖୁବ୍‌ଶୀଘ୍ର ଉଦ୍ଧାର କରିବାକୁ ଚେଷ୍ଟା ଜାରିରହିଛି। ସମସ୍ତ ନାଗରିକ ଲିବିୟାରେ ଏକ କନ୍‌ଷ୍ଟ୍ରକସନ୍‌ ଆଣ୍ଡ ଅଏଲ ଫିଲ୍ଡ ସପ୍ଲାଏ କମ୍ପାନୀରେ କାମ କରୁଥିଲେ।
ଲିବିୟାରେ ଭାରତର ଦୂତାବାସ ନାହିଁ। ପଡ଼ୋଶୀ ଦେଶ ଟ୍ୟୁନିସିଆରେ ଭାରତୀୟ ଦୂତାବାସ ହିଁ ଲିବିୟାରେ ଭାରତୀୟ ନାଗରିକଙ୍କ ସହ ଜଡ଼ିତ ମାମଲା ବୁଝୁଛନ୍ତି। ଲିବିୟା ସରକାର ଓ ସେଠାରେ ଉପସ୍ଥିତ ଅନ୍ତରାଷ୍ଟ୍ରୀୟ ସଂଗଠନ ସହ ଯୋଗାଯୋଗ କରି ଭାରତୀୟ ନାଗରିକଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.