ପାନ କାର୍ଡ ହଜିଯାଇଛି ତ ନିଅନ୍ତୁନି ଟେନସନ, ଏହି ଷ୍ଟେପକୁ ଫଲୋ କରି ବନାନ୍ତୁ ଡୁପ୍ଲିକେଟ ପାନ କାର୍ଡ

ଆଜିକାଲି ପାନ କାର୍ଡର ଆବଶ୍ୟକତା ସବୁ କ୍ଷେତ୍ରରେ ପ୍ରାୟ ଦରକାର ପଡୁଛି। ଏମିତିରେ କାର୍ଡ ହଯିଯାଏ ତ ସମସ୍ୟାା ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଏବେ ଆଉ ଆପଣଙ୍କୁ ଟେନସନ ନେବା ଆବଶ୍ୟକ ପାହିଁ। କାହିଁକିନା ଯଦି ଆପଣ ପରମାନେଣ୍ଟ ଆକାଉଣ୍ଟ ନମ୍ବର (Permanent Account Number) କାର୍ଡ ହଜାଇଦେଲେ ତାହେଲେ କିଛି ସହଜ ଟିପ୍ସକୁ ଫଲୋ କରି ଆପଣ ଡୁପ୍ଲିକେଟ ପାନ କାର୍ଡ ବନାଇପାରିବେ। ଏହାଦ୍ୱାରା ଆପଣଙ୍କ ଫାଇନାନ୍ସିଆଲ ଟ୍ରାନଜାକସନ ସହ ଜଡିତ କୌଣସି ବି କାମରେ ବାଧା ଉପୁଜିବନାହିଁ।

ଡୁପ୍ଲିକେଟ ପାନ କାର୍ଡ ବନାଇବା ପାଇଁ ଆପଣଙ୍କୁ ମାତ୍ର ୪ଟି ଟିପ୍ସକୁ ଫଲୋ କରିବାକୁ ହେବ

ଷ୍ଟେପ ୧

ସର୍ବପ୍ରଥମେ ଇନକମ୍‌ ଟ୍ୟାକ୍ସ ପାନ ସର୍ଭିସେଜ ୟୁନିଟ େଓ୍ଵବସାଇଟକୁ ଯାଆନ୍ତୁ। ଏଠାରେ ରିପ୍ରିଣ୍ଟ ଅଫ ପାନ କାର୍ଡ ଅପସନକୁ ଚୟନ କରନ୍ତୁ। ଏହି ଅପସନ ଆବେଦକଙ୍କ ପୁରୁଣା ପାନ କାର୍ଡ ନମ୍ବରର ହିଁ ନୂଆ ପାନ କାର୍ଡ ଜାରି କରିବା ପାଇଁ ରହିଥାଏ।

ଷ୍ଟେପ ୨

ଏହି ଅପସନକୁ ଚୟନ କରିବା ପରେ ସାମ୍ନାକୁ ଆସିଥିବା ଫର୍ମରେ ସମସ୍ତ ବିବରଣୀ ଭରନ୍ତୁ। କିନ୍ତୁ ବାମ ପାର୍ଶ୍ୱ ମାର୍ଜିନ ବକ୍ସରେ କେଉଁଠି ବି ଠିକ୍‌ ଚିହ୍ନ ଦିଅନ୍ତୁ ନାହିଁ। ଏହାପରେ ଆପଣଙ୍କୁ ୧୦୫ ଟଙ୍କାର ପେମେଣ୍ଟ କରିବାକୁ ହେବ। ଆପଣ ଚାହିଁବେ ତ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାକିଙ୍ଗ, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ ଭଳି କୌଣସି ବି କାମର ପେମେଣ୍ଟ କରିପାରିବେ। ସମସ୍ତ ପ୍ରକ୍ରୀୟା ପୂରା ହେବା ପରେ ଆପଣ ଯେତେବେଳେ ଏହି ଫର୍ମ ସବମିଟ୍‌ କରିବେ ସେତେବେଳେ ଆପଣଙ୍କ ସାମ୍ନାରେ Acknowledgement Received ଆସିବ।

ଷ୍ଟେପ ୩

ଏହି ରିସିଭ ର ପ୍ରିଣ୍ଟ ବାହାର କରନ୍ତୁ। ଏଥିରେ ୨.୫ ସେମି X ୩.୫ ସେମି ଆକାରର ରଙ୍ଗୀନ ଫଟୋଗ୍ରାଫ ଲଗାନ୍ତୁ। ନିଜ ସିଗନେଚର କରନ୍ତୁ। ଯଦି ଆପଣ ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ ଜରିଆରେ ପେମେଣ୍ଟ କରିଛନ୍ତି ତାହେଲେ ତାକ ସାଥିରେ ଲଗାନ୍ତୁ। ଏହାପରେ ଏଥିରେ ଆଇଡି ପୃଫ ଏବଂ ଡେଟ ଅଫ୍‌ ବାର୍ଥ ପୃଫ ସହିତ NSDL କାର୍ଯ୍ୟାଳୟରେ ପଠାଇ ଦିଅନ୍ତୁ।

ଷ୍ଟେପ ୪

ଆପଣଙ୍କ ଏହି ସମସ୍ତ ଦସ୍ତାବିଜ ଅନଲାଇନ ଆବେଦନ କରିବାର ୧୫ ଦିନ ଭିତରେ କାଯ୍ୟର୍ାଳୟରେ ପହଁଚି ଯିବା
ଉଚିତ। ବାସ୍‌ ଏହାର ୧୫ ଦିନ ଭିତରେ ଆପଣଙ୍କୁ ଆପଣଙ୍କୁ ଡୁପ୍ଲିକେଟ ପାନ କାର୍ଡ ମିଳିଯିବ।

ଏହିସମୟରେ ଯଦି ଆପଣ ଡୁପ୍ଲକେଟ ପାନ କାର୍ଡର ଷ୍ଟାଟସ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ NSDLPAN ଟାଇପ୍‌ କରନ୍ତୁ, କିଛି ସ୍ପେସ୍‌ ଦେଇ ପାଇଥିବା ପାନର ନମ୍ବର ଭରନ୍ତୁ ଏବଂ ଏହାକୁ ୫୭୫୭୫୫ ନମ୍ବରକୁ ପଠାଇ ଦିଅନ୍ତୁ। ଆପଣ ମେସେଜ ଜରିଆରେ ଏହାର ଷ୍ଟାଟସ ଚେକ କାପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.