ଏଣିକି କରୋନା ରୋଗୀଙ୍କୁ ଦେଖିପାରିବେ ତାଙ୍କ ସର୍ମ୍ପକୀୟ, ଲାଗିବ CCTV କ୍ୟାମେରା

ଭୁବନେଶ୍ୱର (କେନ୍ୟୁଜ୍‌) : ସବୁ କୋଭିଡ ଚିକିତ୍ସା କେନ୍ଦ୍ରରେ ହେବ ହେଲ୍ପ ଡେସ୍କ । ସମସ୍ତ ସରକାରୀ ଓ ଘରୋଇ ଚିକିତ୍ସା କେନ୍ଦ୍ରରେ ସପ୍ତାହ ସାରା ୨୪ ଘଣ୍ଟା କାମ କରିବ । ସବୁ ହେଲ୍ପ ଡେସ୍କରେ ରହିବ ଟୋଲ୍‌ ଫ୍ରି ନମ୍ବର ଟେଲିଫୋନ୍‌ । ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ । ଫଳରେ ରୋଗୀଙ୍କ ସର୍ମ୍ପକୀୟ ସୂଚନା ପାଇପାରିବେ । କରୋନା ଆକ୍ରାନ୍ତ ହସ୍ପିଟାଲରେ ଆଡମିଶନ ହେବା ବେଳେ ତାଙ୍କ ଆଟେଣ୍ଡାଣ୍ଟଙ୍କ ହ୍ଵାଟ୍ସଆପ ନମ୍ପର ରଖାଯିବ । ସେହି ନମ୍ବରରେ ରୋଗୀଙ୍କ ବିଷୟରେ ପରିବାର ଲୋକଙ୍କୁ ସୂଚନା ଦିଆଯିବ । କୋଭିଡ ରୋଗୀ ରହୁଥିବା ହସ୍ପିଟାଲରେ CCTV କ୍ୟାମେରା ଲାଗିବ । ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ସ୍ୱତନ୍ତ୍ର କନଫେରେନ୍ସ ହଲ ସହ ସିସିଟିଭି କ୍ୟାମେରା ଲାଗାଯିବ । ଫଳରେ ସେମାନେ ରୋଗୀଙ୍କ ସଂପର୍କରେ ଜାଣିପାରିବେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସପ୍ତାହକ ଭିତରେ କାର୍ଯ୍ୟକାରୀ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲ୍‌ପ ଡେସ୍କ ଠିକ୍‌ ଭାବେ ଚାଲୁଛି କି ନାହିଁ ତାହା ଉପରିସ୍ଥ ଅଧିକାରୀ ଯାଞ୍ଚ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.