କରୋନାର ହାଲକା ଲକ୍ଷଣ ଥିବା ଲୋକଙ୍କୁ ସେଲଫ୍ ଆଇସୋଲେସନରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ: AIIMS ନିର୍ଦ୍ଦେଶକ

ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବାରୁ ସ୍ଥିତି ଖୁବ୍ ସଙ୍ଗୀନ ରହିଛି। ହସ୍ପିଟାଲରେ ଆଇସିୟୁ ବେଡ୍, ଅକ୍ସିଜେନ୍ ଓ ଔଷଧର ଅଭାବରେ ଲୋକଙ୍କ ଅବସ୍ଥା ବହୁତ ଜଟିଳ । ହେଲେ ବିଶେଷଜ୍ଞମାନେ ଅନେକ ଥର କହି ସାରିଲେଣି କି କରୋନାର ହାଲକା ଲକ୍ଷଣ ଥିବା ଲୋକଙ୍କୁ ସେଲଫ୍ ଆଇସୋଲେସନରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଏଥିପାଇଁ ଘରେ ରହି ରୋଗର କିଛି ଖାସ୍ ଲକ୍ଷଣକୁ ଚିହ୍ନିବା ବହୁତ ଜରୁରୀ ବୋଲି ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ଡାକ୍ତର ରଣଦୀପ ଗୁଲେରିଆ କିଛି ବିଶେଷ କଥାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟରରେ ସେୟାର କରିଛି । ଏଥିରେ ଲୋକଙ୍କୁ କୁହାଯାଇଛି କି, ତୁରନ୍ତ ହସ୍ପିଟାଲକୁ ନଯାଇ ରୋଗର ୱାର୍ଣ୍ଣିଂ ସାଇନ୍କୁ ଚିହ୍ନନ୍ତୁ ଏବଂ ଜରୁରୀ ହେଲେ ହସ୍ପିଟାଲ ଯାଆନ୍ତୁ। ଲୋକଙ୍କୁ କରୋନାର ୱାର୍ଣ୍ଣିଂ ସାଇନ୍ ବିଷୟରେ ଜାଣିବା ନିହାତି ଜରୁରୀ ।

ଯଦି ଆପଣ ହୋମ୍ ଆଇସୋଲେସନରେ ଅଛନ୍ତି ତ ଲଗାତାର ଡାକ୍ତରଙ୍କର ସଂପର୍କରେ ରୁହନ୍ତୁ । ପ୍ରତି ରାଜ୍ୟରେ ହେଲପ୍ ଲାଇନ୍ର ସୁବିଧା କରାଯାଇଛି, ଯେଉଁଠି ରୋଗୀ ସକାଳ-ସନ୍ଧ୍ୟାରେ ଫୋନ୍ କରି ସବୁ ପରାମର୍ଶ ନେଇ ପାରିବେ ।

ଯଦି କୌଣସି ରୋଗୀର ସାଚ୍ୟୁରେସନ ୯୩ ବା ଏହାଠାରୁ କମ୍ ବା ଆପଣଙ୍କୁ ବହୁତ ଜ୍ୱର, ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ ବା ଅନ୍ୟ କୌଣସି ଗୁରୁତର ଲକ୍ଷଣ ନଜର ଆସୁଛି ତ ତୁରନ୍ତ ଡାକ୍ତରଙ୍କର ସଂପର୍କ କରନ୍ତୁ ବା ହସ୍ପିଟାଲ ଯାଆନ୍ତୁ । ଏହି ସ୍ଥିତିରେ ରୋଗୀ ଘରେ ରହିବା ଠିକ୍ ନୁହେଁ ।


ଆଉ ମଧ୍ୟ ଡାକ୍ତର ଗୁଲେରିଆ କହିଛନ୍ତି, ଲୋକେ ଭାବନ୍ତି କି ରେମେଡିସଭିର ଓ ଅନେକ ପ୍ରକାରର ଷ୍ଟରଏଡ୍ ସୁସ୍ଥତାରେ ସାହାଯ୍ୟ କରିବ । ହେଲେ ଲୋକଙ୍କୁ ଏହା ଜଣା ନାହିଁ ଯେ, ଆବଶ୍ୟକତା ସବୁବେଳେ ହୋଇନଥାଏ । ଏହି ପ୍ରକାରର ଔଷଧ ବା ଷ୍ଟେରଏଡ୍ କେବଳ ଡାକ୍ତରଙ୍କର ପରାମର୍ଶରେ ହିଁ ଦିଆଯାଇ ପାରେ ।

କରୋନାର ଦ୍ବିତୀୟ ଲହର ଏତେ ଶୀଘ୍ର ଦେଶରେ ବ୍ଯାପିଗଲା ଯେ, ଦେଶର ହେଲଥ କେୟାର ସିଷ୍ଟମକୁ ପ୍ରସ୍ତୁତ କରିବାକୁ ବିଲକୁଲ ସମୟ ମିଳିଲାନାହିଁ। ଏବେ ହସିପଟାଲକୁ ନେଇ ଗମ୍ଭରତାର ସହିତ କାମ କରାଯାଉଛି। ଅଧିକରୁ ଅଧିକ ରୋଗୀକୁ କିପରି ଚିକିତ୍ସା ଦିଆଯିବ, ତାହାକୁ ନେଇ ଚେଷ୍ଟା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.