ଆସିଲା ଜିଓର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ, ଦୈନିକ ୨ ଜିବି ଡାଟା ସହ ଅନଲିମିଟିଡେ କଲ ଅଫର

ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ ନିଜ ୟୁଜର୍ସଙ୍କୁ ନଜରରେ ରଖି ଅନେକ ପ୍ଲାନ ଅଫର କରିଥାଏ । ଯାହା ଗ୍ରାହକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ । ଏବେ ଜିଓ କମ୍ପାନୀ ତରଫରୁ ମାସିକିଆ ଜିଓ ପ୍ଲାନ ଆସିଛି । ଯେଉଁଥିରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ଡାଟା ମିଳିବ । ଏହା ଜିଓର ସବୁଠୁ ଶସ୍ତା ପ୍ଲାନ ।ଏହାର ମୂଲ୍ୟ ୨୫୦ ଟଙ୍କାରୁ କମ ରହିଛି । ପ୍ଲାନରେ କଲିଙ୍ଗ ଏବଂ ଏସଏମଏସର ସୁବିଧା ମଧ୍ୟ ରହିଛି ।

ଜିଓର ୨୪୯ ପ୍ଲାନ:

ଜିଓର ଏହି ଶସ୍ତା ପ୍ଲାନ ୨୪୯ ଟଙ୍କା ରହିଛି । ଗ୍ରାହକଙ୍କୁ ଏଥିରେ ୨୮ ଦିନର ସୁବିଧା ମିଳିବ । ଏଥିରେ ପ୍ରତିଦିନ ୨ ଜିବି ଡାଟା ମିଳିବ । ମୋଟ ୫୬ ଜିବି ଡାଟାର ଗ୍ରାହକମାନେ ଲାଭ ଉଠାଇପାରିବେ । ପ୍ଲାନରେ ସବୁ ନେଟୱାର୍କ ସହ ଅନଲିମିଟେଡ କଲ ଅଫର ରହିବା ସହ ୧୦୦ ଫ୍ରି ମେସେଜ ମଧ୍ୟ ମିଳିବ । ଏହା ବ୍ୟତିତ ଜିଓ ଟିଭି , ଜିଓ ସିନେମା ଓ ଜିଓ ସିକ୍ୟୁରିଟି ଭଳି ଆପ୍ସରେ ମାଗଣା ସବସ୍କ୍ରିପସନ ମିଳିବ ।

ତେବେ ଏହାଛଡା ୪୪୪ ଟଙ୍କାର ପ୍ଲାନ ମଧ୍ୟ ରହିଛି । ଯେଉଁଥିରେ ଦୈନିକ ୨ ଜିବି ଡାଟା ୫୬ ଦିନ ପର୍ଯ୍ୟନ୍ତ ମଳିବ । ୫୯୯ ଟଙ୍କାର ଜିଓ ପ୍ଲାନରେ ୨ ଜିବି ଡାଟା ୮୪ ଦିନ ପର୍ଯ୍ୟନ୍ତ ଉପଲବ୍ଧି ହେବ । ଏହି ଅଫରରେ ଆପଣ ମାଗଣା ୧୦୦ ଏସଏମଏସ ସହିତ ଜିଓ ଟିଭି , ଜିଓ ସିନେମା ଓ ଜିଓ ସିକ୍ୟୁରିଟି ଭଳି ଆପ୍ସରେ ମାଗଣା ସବସ୍କ୍ରିପସନ କରିପାରିବେ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.