Below header

ପୁରୀ: ବରାଦୀ ଅବଢ଼ା ଉପରୁ ଉଠିଲା କଟକଣା, ଏବେ ଅର୍ଡର ଦେଇ ପାଇପାରିବେ ମହାପ୍ରସାଦ

ପୁରୀ: ପୁରୀରେ ସ୍ୱାଭାବିକ ହେଲା ବରାଦୀ ଅବଢ଼ା। ପୁଣି ଥରେ ଭକ୍ତମାନେ ବରାଦ କରି ମହାପ୍ରସାଦ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ପାଇ ପାରିବେ । କହିରଖିବା ଉଚିତ ହେବକି କୋଭିଡ୍‌-୧୯ ସଂକ୍ରମଣ ପାଇଁ ବରାଦୀ ମହାପ୍ରସାଦ ପରିମାଣ କମ କରାଯାଇଥିଲା। ସାଧାରଣ ଭକ୍ତଙ୍କ ପାଇଁ ସେପ୍‌ଟେମ୍ବର ୭ରୁ ଏହା ବନ୍ଦ କରାଯାଇଥିଲା। ଏହା ସହ ସ୍ୱର୍ଗଦ୍ୱାର ଓ ଏହାର ପରିସରକୁ ସାନିଟାଇଜ କରାଯାଇଛି । ଏହା ସହ ସ୍ୱର୍ଗଦ୍ୱାର ଉପରୁ ମଧ୍ୟ କଟକଣା ଉଠାଇ ନିଆଯାଇଛି । ଶବଦାହ ନେଇ ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା। ଏବେ ଜିଲ୍ଲା ବାହାରରୁ ଆସିଥିବା ମୃତଦେହ ଗୁଡିକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।

abadha order

କିନ୍ତୁ କୋଭିଡ କଟକଣା ମାନି ଶବଦାହ ହେବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଥିଲେ । ପୁରୀ ବର୍ତ୍ତମାନ ସ୍ଥିତିରେ କୋଭିଡ ସଂକ୍ରମଣର ହାର ହ୍ରାସ ପାଇଥିବାରୁ ଏଭଳି କଟକଣା ହଟାଯାଇଥିବା କହିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଜୁଲାଇ ୮ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାର ଉପରେ କଟକଣା ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.