ଫେସବୁକ୍‌ରେ ଭିଡିଓ ସର୍ଚ୍ଚ କରିବା ହେଲା ଆହୁରି ସହଜ, ଏବେ କମ୍‌ ଡାଟା ଖର୍ଚ୍ଚ କରି ଦେଖିପାରିବେ ନିଜ ମନପସନ୍ଦର ଭିଜୁଆଲ

ପ୍ରତିଦିନ ଫେସ୍‌ବୁକ୍‌ରେ ହଜାର ହଜାର ଭିଡିଓ ଡାଉନ୍‌ଲୋଡ୍‌ ହେଉଛି। ଆପଣ ମଧ୍ୟ ନିଜ ଟାଇମ୍‌ଲାଇନ୍‌ରେ ଅନେକ ଭିଡିଓ ଦେଖୁଥିବେ। ବେଳେବେଳେ ଆମେ କିଛି ଭିଡିଓକୁ ପୁନର୍ବାର ଦେଖିବାକୁ ଚାହୁଁଥିଲେ ବି ସର୍ଚ୍ଚ କରିବା ବେଳେ ସମସ୍ୟା ହୁଏ। ତେବେ ୟୁଜରଙ୍କ ଏହି ସମସ୍ୟାକୁ ସମାଧାନ କରିବାକୁ ଫେସ୍‌ବୁକ୍‌ ନିଜ ଭିଡିଓ ପ୍ଲାଟଫର୍ମରେ କେତେକ ନୂଆ ଫିଚର ଲଞ୍ଚ୍‌ କରିଛି। ଏହା ସାହାଯ୍ୟରେ ଆପଣଙ୍କୁ ଭିଡିଓ ଖୋଜିବାରେ ସହଜ ହେବ।

ଫେସ୍‌ବୁକ ତରଫରୁ ସୋମବାର ଏକ ବୟାନରେ କୁହାଯାଇଛି ‘ଏବେ ଆପଣ ନିଜ ପସନ୍ଦର ପେଜ୍‌ କିମ୍ବା ପ୍ରୋଫାଇଲକୁ ଫଲୋ କରିବା ସହ ନିଜ ପସନ୍ଦର ଟପିକ୍‌କୁ ବି ଫଲୋ କରିପାରିବେ। ଟପିକ୍‌ ସାହାଯ୍ୟରେ ଆପଣ ନିଜ ଫିଡ୍‌ରେ ଦେଖାଯାଉଥିବା ଭିଡିଓକୁ ନିଜ ଅନୁସାରେ ଏଡିଟ୍‌ କରିପାରିବେ। ଅର୍ଥାତ୍‌ ଆପଣ ଯେଉଁ ବିଷୟକୁ ସେଟ୍‌ କରିବେ କେବଳ ସେହି କଣ୍ଟେଣ୍ଟ ହିଁ ଆପଣଙ୍କ ଟାଇମ୍‌ଲାଇନ୍‌ରେ ଦେଖାଇବ’।

facebook

ପ୍ରଥମେ ଆମେରିକାର ୟୁଜରଙ୍କ ପାଇଁ ଏହି ଫିଚର ଲଞ୍ଚ୍‌ କରାଯାଇଛି। ଏବେ ୟୁଜର ନିଜ ପସନ୍ଦର ବିଷୟକୁ ସିଲେକ୍ଟ କରି କେବଳ ସେଇ ଭିଡିଓକୁ ନିଜ ଟାଇମ୍‌ଲାଇନ୍‌ରେ ଦେଖିପାରିବେ। ଏହି ନୂଆ ଫିଚର ଆସିବା ପରେ ଫେସ୍‌ବୁକ୍‌ ୟୁଜର ଆଉ ବୋର୍‌ ହେବେ ନାହିଁ ବୋଲି ଫେସ୍‌ବୁକ୍‌ ତରଫରୁ କୁହାଯାଇଛି। ୟୁଜର ଏବେ ନିଜ ମନପସନ୍ଦର ଟପିକ୍‌ ସିଲେକ୍ଟ କରି କେବଳ ସେହି ଭିଡିଓ ଦେଖିବେ। ଏହା ଦ୍ୱାରା ସେମାନଙ୍କ ଡାଟା ବି କମ୍‌ ଖର୍ଚ୍ଚ ହେବ ବୋଲି ଫେସ୍‌ବୁକ୍‌ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.