Below header

କରୋନା ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି, ଏଣିକି ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କଟକଣା କଡ଼ାକଡ଼ି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କରୋନା କଟକଣା ହେବ କଡ଼ାକଡ଼ି । ଏସବୁ ଜାଗାରେ ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟରେ ରହିବାକୁ ଅନୁମତି ମିଳିବନି। ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ।

ତେବେ କରୋନା ରିପୋର୍ଟ ନଆସିବା ଯାଏ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମ୍‌ରେ ରଖିବାକୁ ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପାଖରେ କରୋନାର ନେଗେଟିଭ ସାର୍ଟିଫିକେଟ ଥିବ ବା ସଂଗରୋଧ ନିୟମ ପାଳନ କରିଥିବେ ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.