ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଦିବ୍ୟାଙ୍ଗ କ୍ରିକେଟର ଆସୋସିଏସନ, ‘ଆମ କଥା ବେଳକୁ ସବୁବେଳେ ଚୁପ୍‌ ରହୁଛି ବୋର୍ଡ଼’

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଦିବ୍ୟାଙ୍ଗ କ୍ରିକେଟର ଆସୋସିଏସନ। ଏହି ପତ୍ରରେ ସଂଘକୁ ମାନ୍ୟତା ଏବଂ ଦିବ୍ୟାଙ୍ଗ ଖେଳାଳିଙ୍କ ପାଇଁ ଏକ ସମିତି ପ୍ରତିଷ୍ଠା କରିବା ଦାବି କରିଛନ୍ତି। ପିସିସିଏଆଇ ସଚିତ ରବି ଚୌହ୍ଵାନ ନିଜ ପତ୍ରରେ ଲେଖିଛନ୍ତି, ଯେତେବେଳେ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦବୀ ସମ୍ଭାଳିଥିଲେ, ସେତେବେଳେ ଅନେକ ଲୋକ ଭାବିଥିଲେ କି ବିସିସିଆଇ ବୋର୍ଡର ଭାଗ୍ୟ ପରିବର୍ତ୍ତନ ହୋଇଯିବ। କିନ୍ତୁ ପର୍ଯ୍ୟନ୍ତ ସେପରି କିଛି ବି ହୋଇନାହିଁ।

ପୂର୍ବରୁ ଜଷ୍ଟିସ ଲୋଧା ଦିବ୍ୟାଙ୍ଗଙ୍କ କ୍ରିକେଟରଙ୍କ ପାଇଁ ଏକ ସମିତି ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଥିଲେ। ଯାହାକୁ ବିସିସିଆଇ ନିଜର ନୂଆ ସମ୍ବିଧାନରେ ସାମିଲ କରିବାର ଥିଲା। କିନ୍ତୁ ଏପରି କିଛି ହେଲା ନାହିଁ। ବିସିସିଆଇର ଏଭଳି ବ୍ୟବହାର ଦ୍ୱାରା ଦିବ୍ୟାଙ୍ଗ କ୍ରିକେଟ ଖେଳାଳି ଯେପରିକି ଦୃଷ୍ଟିବାଧିତ, ହ୍ଵିଲଚେୟାର, ଶ୍ରବଣ ଶକ୍ତି ହରାଇଥିବା ଖେଳାଳୀ ସାମିଲ ରହିଛନ୍ତି। ଯେତେବେଳେ ବି ଭାରତୀୟ ଦିବ୍ୟାଙ୍ଗ କ୍ରିକେଟରଙ୍କ ପାଇଁ କିଛି କରିବାକୁ ସମୟ ଆସିଥାଏ ସେତେବେଳେ ବିସିସିଆଇ ଚୁପ୍‌ ରହିଥାଏ।

pic

କୋଭିଡ ପୂର୍ବରୁ ଏହି ଦିବ୍ୟାଙ୍ଗ ଖେଳାଳିଙ୍କ ଅବସ୍ଥା ଅଳ୍ପ ବହୁତ ଭଲ ଥିଲା କିନ୍ତୁ ଲକଡାଉନରେ ପରେ ସେମାନଙ୍କ ଅବସ୍ଥା ବିଗିଡିଗଲା। ତେଣୁ କେଉଁ ଖେଳାଳୀ ରାସ୍ତାକଡରେ ପରିବା ବିକୁଛି ତ ଆଉ କିଏ ପଥର ହାଣୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.