ପ୍ରକାଶ ପାଇଲା ୨୦୧୮-୧୯ ମସିହାର ୪ର୍ଥ ପର୍ଯ୍ୟାୟ ବାଘ ଗଣନା ରିପୋର୍ଟ, ଓଡ଼ିଶାରେ ଅଛନ୍ତି ୨୮ଟି ବାଘ

ନୂଆଦିଲ୍ଲୀ: ଆସନ୍ତାକାଲି “ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ” । ଏହାର ଦିନକ ପୂର୍ବରୁ ୨୦୧୮-୧୯ ମସିହାର ୪ର୍ଥ ପର୍ଯ୍ୟାୟ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ରିପୋର୍ଟ ଅନୁସାରେ ଆଜିକା ଦିନରେ ଭାରତରେ ୨ ହଜାର ୯୬୭ ବାଘ ଅଛନ୍ତି । ସେହିପରି ଓଡ଼ିଶାରେ ୨୮ଟି ବାଘ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମଧ୍ୟପ୍ରଦେଶରେ ୫୨୬ଟି, ଉତ୍ତରାଖଣ୍ଡରେ ୪୪୨ ଏବଂ ମହାରାଷ୍ଟ୍ରରେ ୩୧୨ଟି ବାଘ ଅଛନ୍ତି । ଦେଶରେ କେତେ ସଂଖ୍ୟକ ବାଘ ଅଛନ୍ତି ସେନେଇ ୨୦ଟି ରାଜ୍ୟକୁ ନେଇ ସର୍ଭେ କରାଯାଇଥିଲା । ଏନେଇ ୩ କୋଟି ୪୮ ଲକ୍ଷ ୫୮ ହଜାର ୬୨୩ ଫଟୋ ଉତ୍ତୋଳନ କରାଯାଇଥିଲା ଯାହାକି ରେକର୍ଡ ସୃଷ୍ଟି କରିଛି  । ଖାଲି ସେତିକି ନୁହେଁ ଏହି ବିରଳ ରେକର୍ଡ ‘ଗିନିଜ ବୁକ ଅଫ ରେକର୍ଡ’ରେ ମଧ୍ୟ ସାମିଲ ହୋଇଛି ।

India ready to take leadership role, work with other tiger range ...

କ୍ୟାମେରା ଜାଲ ବିଛାଇ ଗଣନା କରାଯିବାରେ ଭାରତ ହେଉଛି ବିଶ୍ୱରେ ପ୍ରଥମ ଦେଶ । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଅନୁଯାୟୀ, ୧୯୭୩ ମସିହାରେ ଭାରତରେ ମାତ୍ର ୯ଟି ଟାଇଗର ରିଜର୍ଭ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୫୦ ରେ ପହଂଚିଛି | ବିଶ୍ୱର ମୋଟ ବାଘ ସଂଖ୍ୟାର ୭୦ ପ୍ରତିଶତ କେବଳ ଭାରତରେ ହିଁ ଅଛନ୍ତି । ନିଜ ବାଘ ସମ୍ପତ୍ତିକୁ ନେଇ ଭାରତ ଆଜି ଗର୍ବିତ । ସେ ଆହୁରି ମଧ୍ୟ କହିଛନ୍ତିକି, ବାଘ ସଂଖ୍ୟା ମାମଲାରେ ଭାରତ ଆଜି ପୂରା ବିଶ୍ୱରେ ନେତୃତ୍ୱ କରୁଛି । ଏହା ହେଉଛି ଭାରତର ସଫଟ ପାୱାର, ଓ ଏହାକୁ ବିଶ୍ୱ ସାମନାକୁ ଯଥାଶୀଘ୍ର ଅଣାଯିବା ଦରକାର । ଜାଭେଦକରଙ୍କ ଅନୁଯାୟୀ ଭାରତରେ ଏବେ ୩୦,୦୦୦ ହାତୀ ଥିବା ବେଳେ ୩୦୦୦ ସଂଖ୍ୟକ ଏକ ସିଂଙ୍ଘୀ ଗଣ୍ଡା ଓ ୫୦୦ ରୁ ଅଧିକ ସିଂହ ଅଛନ୍ତି ।

Leave A Reply

Your email address will not be published.