ଯାଜପୁର : ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଟିଏ ପରିବାର ହାତେଇଛି ଚାରିଟି ଘର

ଯାଜପୁର (କେନ୍ୟୁଜ୍) : ସରକାରୀ ଯୋଜନାରେ ଏଭଳି ଚଞ୍ଚକତା କରାଯାଉଛି । ଯେଉଁଥି ପାଇଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ଲାଭ ପାଇ ପାରୁନାହାନ୍ତି । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲାରେ । ଏଠି ଆବାସ ବଂଟନରେ ଘୋର ଦୁର୍ନୀତି ହୋଇଛି । ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିବାର ହାତେଇଛନ୍ତି ଏକାଧିକ ଆବାସ ଗୃହ । ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ସାମନାକୁ ଆସିଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତରେ । ଅଭିଯୋଗ ପରେ ଏନେଇ ଲୋକାୟୁକ୍ତରେ ବିଡିଓଙ୍କୁ ହାଜିରା ପାଇଁ ହୋଇଛି ନୋଟିସ । ଧର୍ମଶାଳା ବ୍ଲକ ତରଞ୍ଜିଆ ଗ୍ରାମର ରବୀନ୍ଦ୍ର ପରିଡା ଓ ତାଙ୍କ ପରିବାର ୪ ଆବାସ ଗୃହ ହାତେଇଥିବା ନେଇ ଅଭିଯୋଗ ଉଠିଛି ।

ABASA-1

ସୂଚନା ଅଧିକାର ଆଇନ ଜରିଆରେ ହାସଲ ହୋଇଥିବା ତଥ୍ୟ ଅନୁଯାୟୀ ରବୀନ୍ଦ୍ର ୨୦୦୦-୦୧ ଆର୍ଥିକ ବର୍ଷରେ ହୁଡକୋ ସ୍କିମରେ ୨୨, ୩୦୦ଟଙ୍କା ପାଇଥିଲେ । ୨୦୧୫-୧୬ ଆର୍ଥିକ ବର୍ଷରେ ପୁଣି ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇଥିଲେ । ସେହିପରି ୨୦୦୩-୦୪ ଆର୍ଥିକ ବର୍ଷରେ ତାଙ୍କ ଅବିବାହିତ ପୁଅ ବିପିନ ବିହାରୀ ପରିଡାଙ୍କ ନାମରେ ଇନ୍ଦିରା ଆବାସ ପାଇଥିବା ବେଳେ ଅନ୍ୟ ଜଣେ ପୁଅ ବିକ୍ରମଜିତ ପରିଡା ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ନାମ ପଞ୍ଜୀକରଣ କରିଛନ୍ତି । ଏପରିକି ରବୀନ୍ଦ୍ରଙ୍କର ପୁନର୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇବା ପାଇଁ ଅପେକ୍ଷା ତାଲିକାରେ ନାମ ରହିଛି ।
ତେବେ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ଘରକୁ ଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରିଥିଲେ । ଏବେ ଦାୟିତ୍ୱ ପ୍ରଶାସନର ଘଟଣାର ମୂଳକୁ ଯାଇ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.