ପିଆଜ ପାଇଁ ଆଉ କାନ୍ଦିବା କାହିଁକି ଆମ ପାଖରେ ବିକଳ୍ପ ଅଛି ନା, ପଢନ୍ତୁ ଏହି ରିପୋର୍ଟ

ଏବେ ବଜାରରେ ପିଆଜ ଦର ହୁତୁ ହୋଇ ବଢିଚାଲିଛି । ଏମିତିକି ଦେଶର କେତେକ ସ୍ଥାନରେ କିଲୋପ୍ରତି ୮୦ ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଛୁଇଁଲାଣି । ଗରିବ ତ ଗରିବ ଧନୀ ବି ପିଆଜ ଛୁଇଁବାକୁ ଭୟ କଲେଣି । ଆଗରୁ ତ ପିଆଜ କାଟିବା ସମୟରେ ଲୋକଙ୍କ ଆଖିରୁ ଲୁହ ବୋହୁଥିଲା କିନ୍ତୁ ଏବେ ପିଆଜ ନାଁ ଶୁଣିବା କ୍ଷଣି କାନ୍ଦ ଆସିଯାଉଛି । ଆପଣ ବି ନିଶ୍ଚିତ ରୂପେ ପିଆଜର ଆକାଶ ଛୁଆଁ ଦର ନେଇ ବ୍ୟସ୍ତ ହେଉଥିବେ । ନିଜ ତାରକାରୀକୁ କେମିତି ସ୍ୱାଦିଷ୍ଟ କରିବେ ଜାଣି ପାରୁନଥିବେ । ତେବେ ଆପଣ ମାନଙ୍କର ଏହି ସମସ୍ୟାର ସମାଧାନର ବାଟ ଆମ ପାଖରେ ଅଛି । ତେବେ ଆସନ୍ତୁ ସେସବୁ ଉପରେ ଟିକେ ନଜର ପକାଇବା ।

curd new

 

ଦହି:

ପିଆଜ ପେଷ୍ଟ ତରକାରୀକୁ ଗାଢ଼ କରିବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ବଦଳରେ ଯଦି ଆପଣ ଗାଢ଼ ଦହିର ବ୍ୟବହାର କରିବେ ତେବେ ଆପଣଙ୍କ ତାରକାରୀର ସ୍ୱାଦ ବଢ଼ିବା ସହ ବହଳିଆ ମଧ୍ୟ ହେବ ।

କାଜୁ ବା ବାଦାମ ପେଷ୍ଟ:

କେତେ ଗୁଡିଏ ହୋଟେଲରେ ପିଆଜ ବଦଳରେ କାଜୁ ନଚେତ ଭିଜା ହୋଇଥିବା ବାଦାମ ପେଷ୍ଟକୁ ତାରକାରୀର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ପିଆଜର ଘୋର ଅଭାବ ସମୟରେ ଆପଣ ବି ଘରେ ଏସବୁର ବ୍ୟବହାର କରିପାରିବେ ।

ଅଟା ବା ମଇଦା:

ଆପଣ ଚାହିଁବେ ତ ତରକାରୀରେ ଅଟା ବା ମଇଦାର ବ୍ୟବହାର କରିପାରିବେ । ପ୍ରଥମେ ଗରମ ତେଲରେ ଅଟା ବା ମଇଦାକୁ ଭଲ ଭାବେ ଭାଜନ୍ତୁ | ତାପରେ ସେଥିରେ ଟମାଟୋ ପକାଇ ପରିବା ପକାଇ ଦିଅନ୍ତୁ ।

cucu and carrot

କାକୁଡି ବା ଗାଜର;

ସାଲାଡରେ ଯଦି ପିଆଜ ନ ପଡେ ତାର ଟେଷ୍ଟ କମିଯାଏ । ତେଣୁ ପିଆଜ ବଦଳରେ ଯଦି ଆପଣ କାକୁଡି ଓ ଗାଜର ବ୍ୟବହାର କରିବେ ତେବେ ନିଶ୍ଚିତ ରୂପେ ସାଲାଡ ଅପେକ୍ଷାକୃତ ସ୍ୱାଦିଷ୍ଟ ଲାଗିବ ।

ଏହା ସହ ପଢନ୍ତୁ: ହାଣ୍ଡିଶାଳର ଏହି ସବୁ ସାମଗ୍ରୀ କେବେବି ହୋଇନଥାଏ ଏକ୍ସପାଏରୀ

ରସୁଣ:

ପିଆଜର ମହଙ୍ଗା ଦର ସମୟରେ ପିଆଜ ବଦଳରେ ଅଧିକ ରସୁଣର ବ୍ୟବହାର କରନ୍ତୁ । ରସୁଣ କେବଳ ସ୍ୱାଦ ବଢ଼ାଇ ନଥାଏ ଏହା ଶରୀର ପାଇଁ ଖୁବ ହିତକାରୀ ହୋଇଥାଏ ।

garlic

କଖାରୁ:

କଖାରୁକୁ ଭଲ ଭାବେ ସିଝାଇ ତାକୁ ତରକାରୀରେ ବ୍ୟବହାର କରନ୍ତୁ । ଏହା ଦ୍ଵାରା ତରକାରୀରେ ଏକ ଭିନ୍ନ ସ୍ୱାଦ ଆସିଥାଏ ।

ପିଆଜ ପାଉଡର:

ଯଦି ଆପଣଙ୍କୁ ବିନା ପିଆଜ ତରକାରୀ ଜମା ବି ପସନ୍ଦ ନୁହେଁ । ତେବେ ଆପଣ ବଜାରରେ ମିଳୁଥିବା ପିଆଜ ପାଉଡରକୁ ବ୍ୟବହାର କରି ପାରିବେ । ଏହା ସତେଜ ପିଆଜ ପରି ସ୍ୱାଦ ନ ଦେଲେ ମଧ୍ୟ କିଛିଟା ପରିବର୍ତ୍ତନ ନିଶ୍ଚିତ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.