Below header

ଘଟଗାଁ: ଛାତ୍ରଙ୍କୁ ମାଡ଼ ମରିଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧକ୍ଷ୍ୟଙ୍କ ମାଡରେ ଛାତ୍ର ଆହତ।ଅଧ୍ୟକ୍ଷଙ୍କ ମାଡରେ ଆହତ ନବମ ଶ୍ରେଣୀ ଛାତ୍ର ହରପ୍ରସାଦ ଜେନାକୁ ପରିବାର ଲୋକେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି। ତେବେ ଛାତ୍ରଙ୍କୁ ମାଡ ମାରିବା କେନ୍ଦ୍ର କରି ସ୍କୁଲରେ ଉତେଜନା ଦେଖା ଯାଇଛି। ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଆସି ରାସ୍ତାକୁ ଅବରୋଧ କରିଛନ୍ତି ।  ତେବେ ଗତ କାଲି ଛାତ୍ର ଜଣକ ଅସୁସ୍ଥ ଥିବା ବେଳେ ବାର୍ଷିକ କ୍ରିଡା ପାଇ ପଡିଆରୁ ଘାସ ସଫା କରିବା ପାଇଁ ଅଧକ୍ଷ୍ୟ କହିଥିଲେ। ହରପ୍ରସାଦ କିଛି ସମୟ ଘାସ ସଫା କରିବା ପରେ ଅସୁସ୍ଥ କାରଣରୁ ଛାଇରେ ବସି ପଡିଥିବା କାରଣରୁ ଅଧକ୍ଷ୍ୟ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି।  ଅନ୍ୟ ପଟେ ବିନା କାରଣରେ ନିରୀହ ପିଲାଙ୍କୁ ମାଡ କାରଣରୁ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହ ଅଧକ୍ଷ୍ୟଙ୍କ ବଦଳି ଦାବିରେ ରାଜରାସ୍ତାକୁ ଆସିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.