Below header

ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ, ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ ଓସିଏ

କଟକ (କେନ୍ୟୁଜ୍) : ଆସନ୍ତା ୨୨ ତାରିଖରେ ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ମଝିରେ ଆଉ ରହିଲା ମାତ୍ର ୯ଦିନ । ଏଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ ଓସିଏ । ପାଖାପାଖି ୫ ଶହରୁ ଅଧିକ କର୍ମଚାରୀ ଓ ଶ୍ରମିକ ଏହି କାମରେ ନିୟୋଜିତ ଅଛନ୍ତି । ସେହିପରି ପିଚ୍‌ ନିର୍ମାଣ ଚାଲିଥିବା ବେଳେ ଫ୍ଲଡ ଲାଇଟ୍‌ଗୁଡ଼ିକୁ ବି ସଜ଼ଡ଼ା ଯାଉଛି।

ଆଉଟ୍‌ ଫିଲ୍‌ଡ କାମ ଚାଲିଥିବା ବେଳେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ପ୍ରେସ ବକ୍ସ ଓ ଖେଳାଳିଙ୍କ ବସିବା ଗୃହର କିଛି ଅଂଶକୁ ଭାଙ୍ଗି ମରାମତି କରାଯାଉଛି। ଚାଲିଛି ଗ୍ୟାଲେରୀ କାମ। ଆସନ୍ତା ୧୯ ତାରିଖରୁ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ୧୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଦୁଇ ଦେଶର ଖେଳାଳି। ହାତରେ ଆଉ କମ୍‌ ସମୟ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ବାରବାଟୀକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଓସିଏ କର୍ମକର୍ତ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.