Below header

ବାଳସୁଧାର ଗୃହରୁ ଅନ୍ତେବାସୀ ଫେରାର,ଏସକର୍ଟ ଗାଡ଼ିରୁ ଡିଆଁ ମାରି ଛୁ

ରାଉରକେଲା (କେନ୍ୟୁଜ୍) : ବାଳସୁଧାର ଗୃହରୁ ଅନ୍ତେବାସୀ ଫେରାର। ଏସକର୍ଟ ଗାଡ଼ିରୁ ଡିଆଁ ମାରି ପଳେଇଲେ ରାଉରକେଲା ବାଳସୁଧାର ଗୃହର ଅନ୍ତେବାସୀ। କେନ୍ଦୁଝର ଜିଲ୍ଲା ଦଇତାରୀ ଥାନାରେ ବିଭିନ୍ନ ମାମଲାରେ ନାବାଳକ ଅଭିଯୁକ୍ତ ଥିଲା । ଏପ୍ରିଲ ୪ରୁ ଜୁଭେନାଇଲ ବୋର୍ଡର ନିର୍ଦ୍ଦେଶରେ ରାଉରକେଲା ବାଳସୁଧାର ଗୃହରେ ଅନ୍ତେବାସୀ ରହିଥିଲା। ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ସେ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଳସୁଧାର ଗୃହ ପକ୍ଷରୁ କେନ୍ଦୁଝର ଜୁଭେନାଇଲ କୋର୍ଟକୁ ଘଟଣା ସଂପର୍କରେ ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.