Below header

ଦୁଇ ଦିନିଆ ଗସ୍ତରେ ଓଡ଼ିଶାକୁ ଆସିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦୁଇ ଦିନିଆ ଗସ୍ତରେ ଆସିଥିବା ଶକ୍ତିକାନ୍ତ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶକ୍ତିକାନ୍ତ କହିଛନ୍ତି, ରାଜ୍ୟର ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାଯ୍ୟର୍କ୍ରମ ଓ ବ୍ୟାଙ୍କିଂ ସେବା ବିଷୟରେ ଆଲୋଚନା କରିଛନ୍ତି। ଡିଜିଟାଲ ପେମେଣ୍ଟ, ଚାଷୀଙ୍କୁ ଋଣ ପ୍ରଦାନ ଓ ଡିବିଟି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶକ୍ତିକାନ୍ତ। ସେ କହିଛନ୍ତି,ଦେଶର ଆର୍ଥିକ ଅବସ୍ଥା ଏକ ଜଟିଳ ସମୟ ଦେଇ ଗତି କରୁଛି । ଖୁବଶୀଘ୍ର ଦେଶର ଅର୍ଥନିତୀରେ ସୁଧାର ଆସିବା ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଆର୍‌ବିଆଇର ସେଣ୍ଟ୍ରାଲ ବୋର୍ଡ ମିଟିଂରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ଆରବିଆଇ ଗଭର୍ଣ୍ଣର । ୭ ବର୍ଷ ପରେ ଭୁବନେଶ୍ୱରରେ ଆର୍‌ବିଆଇର ବୋର୍ଡ ମିଟିଂ ହେଉଛି। ୨୦୧୨ ମସିହାରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ସେଣ୍ଟ୍ରାଲ ବୋର୍ଡ ମିଟିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.