Below header

ଯାଜପୁର ସହରରେ ଅଚାନକ ଚଢାଉ, ୧୫ ଲିଟରରୁ ଅଧିକ ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ

ଯାଜପୁର ଟାଉନ: ଯାଜପୁର ସହରରେ ମଦର ଆସର ଖୋଲିଛି। ଯାହାକୁ ନେଇ ବହୁ ସମୟରେ ବିଭିନ୍ନ ଗଣ୍ଡଗୋଳ,ଦୁର୍ଘଟଣା ସହିତ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାର ସୁନ୍ଦରେଇମୁହଁ ଦୀଗ ବାସୁଦେବପୁର ଗ୍ରାମରେ । ଏହି ଗ୍ରାମର ଧୃବ ଚରଣ ବେହେରାଙ୍କ ରୋଷେଇ ଘରେ ଏକ ସୁଡଙ୍ଗ କରି ସେଠାରେ ଦେଶୀ ମଦ ଲୁଚାଇ ରଖି ବେପାର କରୁଥିବା ଘଟଣାର ପର୍ଦାଫାସ ହୋଇଛି। କୌଣସି ସୁଚନା ପାଇ ଯାଜପୁର ପୋଲିସ ଅଚାନକ ଚଢାଉ କରି ୧୫ ଲିଟରରୁ ଅଧିକ ମଦ ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.