Below header

ଯାଜପୁର ଟାଉନ: ଋଣ ଚିନ୍ତା ଓ ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର ଟାଉନ: ଋଣ ଚିନ୍ତା ଓ ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାହାସପୁର ପଂଚାୟତର ଗୋବିନ୍ଦପୁର ଗାଁର ବିରସେନ ଓଝା ଆତ୍ମହତ୍ୟା କରିଛନ୍ତି । ନିଜ ପତ୍ନିଙ୍କ ଶାଢ଼ିରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବିରସେନଙ୍କ ପତ୍ନି କିଛି ଦିନ ହେଲା ଘର ଛାଡି ପେଂରାର ହୋଇଯାଇଛନ୍ତି । ଏଥିସହିତ ବିଭିନ୍ନ ସ୍ଥାନରୁ ଆଣିଥିବା ଧାର କରଜ ପାଇଁ ସେ ଚିନ୍ତାରେ ଥିଲେ । ବିରସେନଙ୍କର ଦୁଇଟି ପୁଅ ଥିବା ବେଳେ ପତ୍ନି କୁଆଡେ ଚାଲିଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଗତକାଲି ବିଳମ୍ବିତ ରାତ୍ରିରେ ଆତ୍ମହତ୍ୟା କରିଥିବା ବେଳେ ଆଜି ସକାଳେ ପରିବାର ଲୋକେ ତାଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ଏ ନେଇ ପରିବାର ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଏ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.