ରାଜଗାଙ୍ଗପୁର ଲକ୍ଷ୍ମୀପୋଷ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ତିନି ଜଣ ମୃତ ଜଣେ ଗୁରୁତର

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଲକ୍ଷ୍ମୀପୋଷ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ସ୍କୁଟି ଉପରେ ଚଢ଼ିଗଲା ବସ୍‌ । ପବନପୁତ୍ର ନାମକ ଘରୋଇ ବସ ଯାଉଥିବା ବେଳେ ଲକ୍ଷ୍ମୀପୋଷ ନିକଟରେ ଏକ ସ୍କୁଟି ଉପରେ ଚଢ଼ି ଯାଇଥିଲା । ସ୍କୁଟିରେ ଯାଉଥିବା ଦୁଇ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଆଉ ଜଣେ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ସେଠାରେ ଦେଖାଦେଇଛି ଉତ୍ତେଜନା। କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.