ଏହି ତିନିଟି କାମକୁ କେବେ ବି ଛାଡ଼ନ୍ତୁନି ଅଧାରେ, ଚାଲିଯାଇପାରେ ଜୀବନ

ଆମ ଧର୍ମ ଗ୍ରନ୍ଥରେ ଏଭଳି ଅନେକ କଥା ରହିଛି ଯାହାର ସମ୍ବନ୍ଧ ସିଧାସଳଖ ଆମ ଜୀବନ ସହ ରହିଛି। ସମସ୍ତ ଗ୍ରନ୍ଥରେ ସାମାଜିକ ଜୀବନକୁ ସୁରୁଖୁରୁରେ କଟାଇବା ପାଇଁ ବିଭିନ୍ନ ଶୈକ୍ଷିକ ଉପଦେଶ ଦିଆଯାଇଛି। ଗରୁଡ଼ ପୁରାଣ ମଧ୍ୟ ଏକ ଏଭଳି ପୁରାଣ ଯେଉଁଥିରେ ଜୀବନ ସହ ଜଡ଼ିତ ଅନେକ ଗୁପ୍ତ କଥା ସମ୍ପର୍କରେ କୁହାଯାଇଛି। ଏହି କଥା ଆମ ଜୀବନ ପାଇଁ ଖୁବ୍‌ ଜରୁରୀ। ଗରୁଡ଼ ପୁରାଣରେ ଏଭଳି ୩ଟି କାମ ବିଷୟରେ କୁହାଯାଇଛି ଯାହାକୁ ଅଧା ଛାଡ଼ିବା ଦ୍ୱାରା ଭବିଷ୍ୟତରେ ସମସ୍ୟା ଦେଖାଯିବା ଆଶଙ୍କା ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧.ପୂର୍ଣ୍ଣ ଋଣ ପରିଶୋଧ କରିବା ଉଚିତ:

କାହାଠାରୁ ଋଣ ଆକାରରେ ଅର୍ଥ ନେଇଥିଲେ, ଠିକ୍‌ ସମୟରେ ତାହାକୁ ଫେରାଇବା ଆବଶ୍ୟକ। କାରଣ ସମ୍ପୂର୍ଣ୍ଣ ଭାବେ ଋଣ ପରିଶୋଧ ନ କଲେ କ୍ରମେ ସୁଧ ବଢ଼ି ଚାଲିଥାଏ। ଋଣ ଯୋଗୁ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ। ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ତୁରନ୍ତ ଋଣ ପରିଶୋଧ କରିଦେବା ଉଚିତ।

ଏହାସହ ପଢନ୍ତୁ: ମୃତ୍ୟୁ ସମୟ ଆଗତ ହେଲେ ସବୁ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ଏହି ୧୦ଟି ସଙ୍କେତ, ଶୁଣିଲେ ଥରିଯିବ ଛାତି

୨.ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ:

କୌଣସି ରୋଗର ଚିକିତ୍ସା କରୁଥିଲେ ସମ୍ପୂର୍ଣ୍ଣ ଭାବେ କରନ୍ତୁ। ଅଧାରୁ ଆଦୌ ଛାଡ଼ନ୍ତୁ ନାହିଁ। ନଚେତ୍‌ ଭବିଷ୍ୟତରେ ଏହା ଜୀବନ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ପୁଣି ଥରେ ଲେଉଟୁଥିବା ବେମାରି ଅଧିକ ସାଙ୍ଘାତିକ ହୋଇଥାଏ।

୩.ନିଆଁକୁ ସମ୍ପୂର୍ଣ୍ଣ ଲିଭାନ୍ତୁ:

ଯଦି କୌଣସି ସ୍ଥାନରେ ନିଆଁ ଲାଗିଛି ତେବେ ତାହାକୁ ସମ୍ପୂର୍ଣ୍ଣ ଲିଭାନ୍ତୁ। ଅଳ୍ପଟିକେ ନିଆଁ ରହିଯାଇଥିଲେ ସେଥିରୁ ପୁଣିଥରେ ଭୟଙ୍କର ଆକାର ଧାରଣ କରିପାରେ। ଏହାଦ୍ୱାରା ଧନଜୀବନ ନଷ୍ଟ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.