Below header

ସାପର ଗୋଡ଼ ଗଲା କୁଆଡ଼େ ? ଜୀବ ବିଜ୍ଞାନୀ ଖୋଜୁଛନ୍ତି କାରଣ

କଣ ଆପଣ କେବେ ଚାରୋଟି ଗୋଡ଼ ଥିବା ସାପ ବିଷୟରେ ଶୁଣିଛନ୍ତି କି ? ନିଶ୍ଚୟ ଶୁଣିନଥିବେ କାରଣ ଏପରି କୌଣସି ବୋଧହୁଏ ଆମ ଜୀବଜଗତରେ ନାହାଁନ୍ତି । କିନ୍ତୁ ଏହିଭଳି ସାପ ମାନଙ୍କର ରହସ୍ୟ ଆତି ଶୀଘ୍ର ଲୋକମାନଙ୍କ ସାମ୍ନାକୁ ଆସିବାକୁ ଯାଉଛି । ପୁରାଣ ଅନୁଯାୟୀ ହଜାର ହଜାର ବର୍ଷ ପୂର୍ବେ ସାପମାନଙ୍କର ଚାରୋଟି ଲେଖାଏଁ ଗୋଡ଼ ଥିଲା କିନ୍ତୁ ଧୀରେ ଧୀରେ ସେମାନଙ୍କ ଗୋଡ଼ ଉଭେଇ ଗଲା । ବୈଜ୍ଞାନିକମାନେ ତାର କାରଣ ଖୋଜିବା ପାଇଁ ଚେଷ୍ଟା କରି ଆସୁଛନ୍ତି ।

Four legged snake history in Hindi

ସୂଚନା ଅନୁଯାୟୀ ଇଂଲଣ୍ଡ ୟୁନିଭର୍ସିଟିର ପ୍ରଫେସର ଡଃ ଡେବ ମାର୍ଟିଲଙ୍କୁ ଗୋଟିଏ ଚାରି ପାଦଥିବା ସାପର ଜୀବାଶ୍ମ ମିଳିଥିଲା । ଅନୁମାନ କରାଯାଉଛି ଯେ ଅତି ଶୀଘ୍ର ଏହି ସାପର ରହସ୍ୟ ସାରା ଦୁନିଆ ସାମ୍ନାକୁ ଆସିବାକୁ ଯାଉଛି । ମାର୍ଟିଲଙ୍କୁ ଏହି ଜୀବାଶ୍ମ ଜର୍ମାନୀର ଏକ ମ୍ୟୁଜିୟମରୁ ମିଳିଥିଲା । ଏଗାର କୋଟି ବର୍ଷ ପୂର୍ବରୁ ଏହିଭଳି ସାପ ବ୍ରାଜିଲରେ ଦେଖା ଯାଉଥିଲେ କିନ୍ତୁ ଏମାନଙ୍କ ପାଦ କିପରି ଗାୟବ ହେଲା ତାହା ଏବେ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ମାର୍ଟିଲଙ୍କ ଟିମର ସଦସ୍ୟମାନେ ଏହି ସାପକୁ Tetrapodophis emplactus ନାମ ଦେଇଛନ୍ତି ।

Four legged snake history in Hindi

ପ୍ରଫେସର ମାର୍ଟିଲଙ୍କ କହିବା ଅନୁଯାୟୀ ପ୍ରଥମେ ଏହି ସାପକୁ ଦେଖିବା ମାତ୍ରେ ଲାଗିବ ଯେ ଏହାଏକ ଝିଟିପିଟିରୁ ବିକଶିତ ହୋଇଛି । ଏହାର ଶରୀର ମଧ୍ୟ ଠିକ ଝିଟିପିଟି ଆକୃତିର ଥିଲା କିନ୍ତୁ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିଗଲା ଯଦିଓ ଏଥିରେ କେବେ ଆଉ କାହିଁକି ପରିବର୍ତ୍ତନ ଆସିଲା ତାହା ଜାଣିବାପାଇଁ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.