Below header

କଳାହାଣ୍ଡି: ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ, ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ଘଟିଲା ଏହି ଅଘଟଣ

କଳାହାଣ୍ଡି: ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଘୁଲିଯୁବା ଛକ ନିକଟରେ ଘଟିଛି ଦୁର୍ଘଟଣା। ଆଜି ସକାଳେ ଭବାନୀପାଟଣା- ଜୟପୁର ରାସ୍ତାର ୨୬ନଂ ଜାତୀୟ ରାଜପଥରେ ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ଦମ୍ପତିଙ୍କୁ ଗାଡ଼ି ଧକ୍କା ଦେଇଥିଲା। ମୃତକ ମାନେ ମହିଚଲାଗାଁର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହି ଯାତାୟତ ଠପ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.