Below header

ପୋଲିସର ବିଚିତ୍ର ନୀତି, ଜେଲରେ ଥିବା କଏଦୀ ବିରୋଧରେ ଚୋରି ମାମଲା ରୁଜୁ

ବାଲେଶ୍ୱର : ପୋଲିସର ବିଚିତ୍ର ନୀତି। ଜେଲରେ ଥିବା କଏଦୀ ବିରୋଧରେ ଚୋରି ଅଭିଯୋଗରେ ମାମଲା ରୁଜୁ। ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଦେଖିବାକୁ ମିଳିଛି ଅଜବ ସ୍ଥିତି। ସୋର ଥାନାର ଚିନ୍ତାମଣିପଦା ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକଙ୍କ ନାଁରେ ଖଇରା ଥାନାରେ ୨୦୧୯ ଜାନୁଆରି ୧୯ ତାରିଖରେ ମାମଲା ରୁଜୁ ହୋଇଥିଲା। ଗିରଫ ହୋଇ ଜେଲରେ ଥିବା ବେଳେ ବାଲେଶ୍ୱର ଜିଲ୍ଲା କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରୁ ଜାମିନ ମିଳିବା ପରେ ଅଗଷ୍ଟ ୨ତାରିଖରେ ସେ ଜେଲରୁ ବାହାରିଥିଲେ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ସେ ଜେଲରେ ଥିବା ସମୟରେ ଏକ ମାମଲାରେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଗିରଫ କରାଯାଇଛି। ମେ ୨୩ ତାରିଖରେ ସୋର ଥାନାର ବିଦୁ ଛକ ନିକଟରେ ଜଣେ ଫାଇନାନ୍‌ସ କଂପାନୀ କର୍ମଚାରୀଙ୍କ ଠାରୁ କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡ଼ାଇନେଇଥିଲେ। ଏହି ମାମଲାରେ ରଞ୍ଜିତଙ୍କୁ ଗିରଫ କରାଯାଇଛି।

ସେପଟେ ଏନେଇ ରଞ୍ଜିତଙ୍କ ସ୍ତ୍ରୀ ଥାନାକୁ ଯାଇଥିବା ବେଳେ ରଞ୍ଜିତ ନିଖୋଜ ଥିବା ଓ ସେ ମିଳିଲେ ଖବର ଦିଆଯିବ ବୋଲି କହିଛି ସୋର ଥାନା ପୋଲିସ। ତେବେ ଘଟଣା ସାମନାକୁ ଆସିବା ପରେ ପୋଲିସ ଚାର୍ଜସିଟ ଦାଖଲ କରି ଜାମିନ ପାଇଁ ଆବେଦନ କରିବାକୁ କହିଛି। ସାଧାରଣରେ ବିଚାରାଧୀନ କଏଦୀ ଜେଲରେ ଥିବା ବେଳେ କିପରି ଭାବେ ତାଙ୍କୁ ଚୋର ଦର୍ଶାଗଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.