କେନ୍ଦ୍ର ସରକାର ଆଣିଲେ ରୋଜଗାରର ନୂଆ ମାଧ୍ୟମ, ଏଣିକି FDରୁ ଅଧିକ ମିଳିବ ରିଟର୍ନ

ସେୟାର ବଜାରରେ ନିବେଶ କରିବା ପାଇଁ ବହୁ ତରିକା ଥିଲେ ମଧ୍ୟ ସେଥିରୁ ରିଟର୍ନ ପାଇବାରେ ଅନିଶ୍ଚିତା ଥାଏ । କିନ୍ତୁ ମୋଦି ସରକାର ନିକଟରେ ଏମିତି ଏକ ସ୍କିମ ବାହାର କରିଛନ୍ତି ଯାହା ସାହାଯ୍ୟରେ ଆପଣ ମାତ୍ର ୧୦୦୦ ଟଙ୍କା ମଧ୍ୟ ନିବେଶ କରିପାରିବେ । କିନ୍ତୁ ଏତେ କମ ନିବେଶ କଲେ ବି ଆପଣ ଭଲ ରିଟର୍ନ ପାଇପାରିବେ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇବା ପରେ ‘ଭାରତ ବଣ୍ଡ ଇଟିଏଫ’ ଆପଣଙ୍କ ନିବେଶର ଏକ ଭଲ ମାଧ୍ୟମ ହୋଇପାରିବ । ଏହାର ଆଉ ଏକ ସୁବିଧା ହେଉଛି ଏହା ମାଧ୍ୟମରେ ରିଟେଲ ଇନଭେଷ୍ଟର୍ସ ବି ବଣ୍ଡ କିଣିପାରିବେ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ଦେଉଥିବା ଏକ ସାକ୍ଷାତ୍କାର ସମୟରେ କହିଛନ୍ତି କି, ପ୍ରତି ଭାରତୀୟ ବଣ୍ଡର ମୂଲ୍ୟ ୧୦୦୦ ଟଙ୍କା ରଖାଯିବ । ଫଳରେ କ୍ଷୁଦ୍ର ନିବେଶକାରୀ ମାନେ ମଧ୍ୟ ଏଥିରେ ନିବେଶ କରିପାରିବେ । ଏହା କୌଣସି ବ୍ୟାଙ୍କର ଏଫଡ଼ି ଠାରୁ ମଧ୍ୟ ଅଧିକ ରିଟର୍ନ ଦେଇପାରିବ ବୋଲି ଅର୍ଥମନ୍ତ୍ରୀ ଦାବି କରିଛନ୍ତି ।

money

ଏହା ସହ ପଢନ୍ତୁ: ଆପଣ ମଧ୍ୟ ହୋଇପାରିବେ ପୋଲିସ ଅଫିସର, ଜଲଦି କରନ୍ତୁ ଆବେଦନ

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି କି ଏହି ନୂଆ ନିୟମରେ ପ୍ରତି ନିବେଶକଙ୍କ ପାଇଁ ୨ଟି ବିକଳ୍ପ ରହିବ । ତାମଧ୍ୟରୁ ଗୋଟିକରେ ପ୍ରଡକ୍ଟ ମାଚୁରିଟି ପିରିୟଡ଼ ୩ ବର୍ଷ ରଖାଯାଉଥିବା ବେଳେ ଅନ୍ୟଟିରେ ଏହି ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିବ । ବଣ୍ଡରେ ନିବେଶ କରିବା ପରେ ୩ ନଚେତ ୧୦ ବର୍ଷରେ ମାଚୁର କରାଯାଇପାରିବ । କିନ୍ତୁ ଏଥିରେ କେବଳ ଗ୍ରୋଥ ଅପସନ ରଖାଯିବ, ଡିଭିଡେଣ୍ଟ ପାଇଁ ଏଥିରେ କୌଣସି ସୁବିଧା ରଖାଯିବ ନାହିଁ । ସୂଚନା ଦେବା ଯୋଗ୍ୟ କି, ନିବେଶର ଅନ୍ୟ ବିକଳ୍ପ ଗୁଡିକ ମଧ୍ୟରେ ଏକ୍ସଚେଞ୍ଜ ଟ୍ରେଡିଂ ଫଣ୍ଡ ବା ଇଟିଏଫ ବ୍ୟବସ୍ଥା ଥାଏ । ଏହି ଇଟିଏଫ ମଧ୍ୟ ସବୁ ସେୟାର ବଜାର ଲିଷ୍ଟରେ ଥାଏ । ଏହାକୁ କିଣା ବିକା ମଧ୍ୟ କରାଯାଇପାରେ । ଅଧିକାଂଶ ଇଟିଏଫ ଏକ ସ୍ୱତନ୍ତ୍ର ଇଣ୍ଡେକ୍ସ ମାଧ୍ୟମରେ ଚାଲିଥାଏ । ଏହା ସାହାଯ୍ୟରେ ରିଟର୍ନ ମିଳିପାରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.