ନଭେମ୍ବର ୨ ସୁଦ୍ଧା ଶାଶୁ ଘର ଚାବି ଫେରାଇବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
କଟକ(କେନ୍ୟୁଜ୍): ଶାଶୁ ଘର ଚାବି ଫେରାଇବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ସଦର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ । ଅନୁଭବ ମହାନ୍ତିଙ୍କ ପୈତୃକ ଘର ଚାବି କୋର୍ଟଙ୍କ ଉପସ୍ଥିତିରେ ଫେରାଇବାକୁ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷା ଶ୍ୱଶୂର ଘର ଛାଡ଼ିଛନ୍ତି । କିନ୍ତୁ ଘର ଚାବି ନିଜ ପାଖରେ ରହିଛନ୍ତି । ଏହି ଚାବିକୁ କୋର୍ଟଙ୍କ ଆଗରେ ଅନୁଭବ କିମ୍ବା ତାଙ୍କ ଓଲିକଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନଚେତ୍ ଚାବିକୁ କୋର୍ଟଙ୍କ ଜିମାରେ ଦେବାକୁ ନିର୍ଦ୍ଦେଶ ରହିଛି ।