Below header

ଦୀପାବଳି ପାଇଁ କଟକରେ କୋଭିଡ୍‌ କଟକଣା ଜାରି, ବାଣ ଦୋକାନକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: କୋଭିଡ୍‌ କଟକଣା ଭିତରେ କଟକରେ ଖୋଲିବ ବାଣ ଦୋକାନ । ବାଣ ବିକି ପାରିବେ ଦୋକାନୀ । ବାଣ ଦୋକାନ ଖୋଲିବା ପାଇଁ ପୂର୍ବ ଭଳି ଲାଇସେନ୍ସ ଦିଆଯିବ । ଦୀପାବଳି ପାଇଁ କଟକରେ କଟକଣା ଜାରି ରହିବ ।

ଡିସିପି ପ୍ରତୀକ ସିଂ କହିଛନ୍ତି, ଦୀପାବଳି ବେଳେ ସହରରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଏହା ସହ ୫୦ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକଣା ଭିତରେ ଦୁର୍ଗାପୂଜା ଭଳି କାଳୀପୂଜା ପାଳନ କରାଯିବ। ମଣ୍ଡପରେ କେବଳ ୭ ଜଣଙ୍କୁ ଅନୁମତି ଦିଆଯିବ। ପୂଜା ପରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.