କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରର ନିର୍ଦ୍ଦେଶ ପରେ କ୍ୟାପିଟାଲ ହସ୍ପିଟାଲରେ ହେଲା କୋଭିଡ ମକଡ୍ରିଲ

ଭୁବନେଶ୍ୱର (କେନ୍ୟୁଜ): କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ କୋଭିଡ ମକଡ୍ରିଲ କରାଯାଇଛି।

ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ମକଡ୍ରିଲ ପାଇଁ ଯେଉଁ ନିର୍ଦ୍ଦେଶ ରହିଥିଲା ସେଇ ଅନୁଯାୟୀ ଆମେ ତଥ୍ୟ ଅପଲୋଡ଼ କରିସାରିଚୁ। କ୍ୟାପିଟାଲ ହସପିଟାଲ କୋଭିଡ ହସ୍ପିଟାଲ୍ ନୁହେଁ। ମୁଖ୍ୟତଃ ଏଠି ଟେଷ୍ଟିଙ୍ଗ ହୁଏ। ରୋଗି ପାଇଁ ଆଇଶୋଲେଶନ ରୁମ ପ୍ରସ୍ତୁତ ରହିଛି। ଏଇଠୁ ବିଭିନ୍ନ ହସ୍ପିଟାଲ୍ କୁ ରୋଗୀ କୁ ରେଫର୍ କରାଯାଇଥାଏ। ଏଣୁ ବର୍ତ୍ତମାନ ସେ ସବୁ ଦିଗରେ ଆମେ ଫୋକସ କରୁଚୁ। ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ ହେଉଛି। ଅଧିକ ଆବଶ୍ୟକ ପଡ଼ିଲେ କରିବୁ। ଟେଷ୍ଟ କିଟ୍ ମଧ୍ୟ ଅଧିକ ଆବଶ୍ୟକ ହେବ। ଏହାଛଡା କୋଭିଡ ସୁ ପରିଚାଳନା ପାଇଁ ଅଧିକ ମ୍ୟାନ ପାୱାର ର ଆବଶ୍ୟକତା ମଧ୍ୟ ରହିବ।

ସେ ନେଇ ରାଜ୍ୟ ସରକାରଙ୍କୁ ଜଣାଇବୁ। ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ରେ ମଧ୍ୟ ଏହି ଦିଗ ଉପରେ ଫୋକସ୍ କରିବୁ ବୋଲି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି।
ସେହିଭଳି ହକି ବିଶ୍ୱକପ୍ ପାଇଁ ୩ଟିସହର କଟକ, ଭୁବନେଶ୍ବର, ରାଉରକେଲା ରେ ଟେଷ୍ଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ସାରିଛି। ସ୍ଵତନ୍ତ୍ର ଗାଡ଼ି, ମ୍ୟାନ ପାୱାର ରହିଛି ଆବଶ୍ୟକ ଅନୁଯାୟୀ କାମ ଆରମ୍ଭ ହେବ। ମାଷ୍କ ପିନ୍ଧିବା ଏବେ ଜରୁରୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ମାଷ୍କ୍ ପିନ୍ଧିବାକୁ କହିଲେ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ। ଆଜି ମାସ୍କ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କିଛି ନିଷ୍ପତି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.