Below header

ଟିକା ନନେଲେ କୋଭିଡ୍ ସମ୍ପର୍କିତ ସୁବିଧାରୁ ବଞ୍ଚିତ ହେବେ କୋଭିଡ ଯୋଦ୍ଧା

କେନ୍ୟୁଜ୍(ବ୍ୟୁରୋ):  ଟିକା ନନେଲେ ମିଳିବନି କୋଭିଡ୍ ସମ୍ପର୍କିତ ସରକାରୀ ସୁବିଧା । କୋଭିଡ ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି କଡ଼ା ଚିଠି । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ବାରମ୍ବାର କହିବା ସତ୍ତ୍ୱେ ବି ପ୍ରଥମ ପର୍ଯ୍ୟାୟରେ ଟିକା ନନେବାରୁ ପଦକ୍ଷେପ ନେଇଛନ୍ତି ସରକାର ।

ରେଜିଷ୍ଟ୍ରେସନ୍ କରି ଉପଯୁକ୍ତ କାରଣ ନଦର୍ଶାଇ ଟିକା ନନେଲେ ସମସ୍ତ ସୁବିଧାରୁ ବଞ୍ଚିତ ହେବେ । ସବୁ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ବୁଝାଇବାକୁ ଏସିଏସ୍‌ଙ୍କ ପରାମର୍ଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.